Advertisement

ବାନ୍ତିରୁ ରକ୍ଷା ପାଇବାର ସହଜ ଉପାୟ

ଯାତ୍ରା କରିବା କାହାର ବା ପସନ୍ଦ ନୁହେଁ। ହେଲେ ଯାନବାହନରେ ଯାତାୟାତ କଲାବେଳେ ଅନେକ ବ୍ୟକ୍ତି ବାନ୍ତିଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।  ଏହି କାରଣରୁ ଲୋକେ ବସ, କାର ଭଳି ଗାଡିରେ ଯାତ୍ରା କରିବାକୁ ପସନ୍ଦ କରି ନ ଥାନ୍ତି।  ତେବେ ଏଭଳି ସମସ୍ୟାର ନିରାକରଣ ପାଇଁ କିଛି ସହଜ ଉପାୟ ରହିଛି । ମାତ୍ର କେତୋଟି ଦିଗ ପ୍ରତି ଦୃଷ୍ଟି ଦେଲେ ଏଥିରୁ ରକ୍ଷା ମିଳିପାରିବ।

*ଯାତ୍ରା କରିବା ପୂର୍ବରୁ ଖାଲିପେଟରେ ବେଲପତ୍ର ରସ ଦୁଇ ଚାମଚ, ମିଶ୍ରି ପାଣି ଓ ଗୋଟିଏ କପ ଲେମ୍ବୁ ରସ ପିଅନ୍ତୁ। ଦେଖିବେ ଆଉ ବାନ୍ତି ଲାଗିବନି।

*ଯଦି ଆପଣଙ୍କୁ ଯାତ୍ରା କରିବା ସମୟରେ ବାନ୍ତି ଲାଗୁଛି ତେବେ ଅଳେଇଚ ମଞ୍ଜି ଚୋବାଇ ଖାଆନ୍ତୁ। ଦେଖିବେ ସଙ୍ଗେ ସଙ୍ଗେ ବାନ୍ତି ବନ୍ଦ ହୋଇଯିବ।

* ଯାତ୍ରା ସମୟରେ ଛୋଟ ଅଦା କିମ୍ବା ଅଦାର ପ୍ଲେଭର ଭଳି ଚକୋଲେଟ ପାଖରେ ରଖନ୍ତୁ । ବାନ୍ତି ଲାଗିଲେ ଏହାକୁ ଖାଇବା ଦ୍ୱାରା ଆଉ ବାନ୍ତି ହେବ ନାହିଁ।

* ଯାତ୍ରା କରୁଥିବା ବେଳେ ଖାଇବା ପ୍ରତି ବେଶି ଧ୍ୟାନ ଦିଅନ୍ତୁ। ଏହି ସମୟରେ ଜଙ୍କ ଫୁଡ ଓ ତେଲ ମସଲାଜାତୀୟ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ। ଏହା ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ରହିଛି। କିନ୍ତୁ ଖାଲି ପେଟ ରଖନ୍ତୁ ନାହିଁ। ଯାତ୍ରା କରିବା ପୂର୍ବରୁ କିଛି ଖାଇ ନିଅନ୍ତୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel