Posted inଜାତୀୟ

ମହାତ୍ମା ଗାନ୍ଧୀ ଯେଉଁଠି ଯାତ୍ରା କରିଥିଲେ ସେହିଠାରୁ ହିଁ ତ୍ରିରଙ୍ଗା ଯାତ୍ରାରେ ବାହାରିବ ଭାଜପା

ନୂଆଦିଲ୍ଲୀ,୯ ।୮: ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ମଙ୍ଗଳବାର ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ଲାଲକିଲାରୁ ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର ସକାଳ ସାଢେ ଦଶଟାରେ ଲାଲ କିଲାରୁ ଭାଜପାର ତ୍ରିରଙ୍ଗା ଯାତ୍ରାକୁ ବାହାର କରିବେ । ଅନ୍ୟପଟୋ ମୟୁର ବିହାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୧୫ ଫୁଟର ଜାତୀୟ ପତାକା ସହ କାର୍ଯ୍ୟକ୍ରମରେ ଯୋଗଦେବେ ।
ସେହିଭଳି ଉତ୍ତର ପ୍ରଦେଶର କନୌଜରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବେ । ଛତିଶଗଡ଼ର ଭୁପେଶ ବଘେଲ ସରକାର ସମସ୍ତ ୯୦ ବିଧାନସଭା ଅଞ୍ଚଳରେ କଂଗ୍ରେସର ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବେ ।
ଜାତୀର ପିତା ମହାତ୍ମା ଗାନ୍ଧୀ ଯେଉଁ ରାସ୍ତାରେ ସ୍ୱାଧିନତା ସଂଗ୍ରାମ ସମୟରେ ଯାତ୍ରା କରୁଥିଲେ ସେହିଠାରୁ ହିଁ ଭାଜପା ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବ । ଭାଜପା ନେତା ବିଜୟ ଗୋୟଲ ଏହି ସୂଚନା ଦେଇଛନ୍ତି । ଲାଲକିଲାରୁ ଆରମ୍ଭ ହେଉଥିବା ତ୍ରିରଙ୍ଗା ଯାତ୍ରାରେ ହଜାର ହଜାର ଲୋକ ଯୋଗଦେବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ ମୁହାଁ ମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଛତ୍ରପୁର,୯।୪,(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଦକ୍ଷିଣକାଳୀ ମନ୍ଦିର ସମ୍ମୁଖ ରାସ୍ତାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି l ଏଥିରେ...

ଭାରତ-ଫ୍ରାନ୍ସର ୬୩ ହଜାର କୋଟି ଟଙ୍କାର ମେଗା ଡିଲ୍‌, ନୌସେନାକୁ ମିଳିବ ୨୬ ଫାଇଟର ଜେଟ୍‌

ନୂଆଦିଲ୍ଲୀ,୯ା୪: ଭାରତୀୟ ନୌସେନା ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ କ୍ୟାବିନେଟ୍‌ କମିଟି (CCS) ମେଗା ଡିଲ୍‌କୁ ମଞ୍ଜୁରୀ...

ଗୋଟିଏ ସର୍ତ୍ତରେ କ୍ରିକେଟର୍‌ ହେବାକୁ ଅନୁମତି ଦେଇଥିଲେ ମାତାପିତା: IPLରେ କମାଲ୍‌ କଲେ ପୁଅ

ନୂଅଦିଲ୍ଲୀ,୯।୪: CSK ବିପକ୍ଷରେ ଶତକ ହାସଲ କରିବା ପରେ ପଞ୍ଜାବ କିଙ୍ଗସ ଖେଳାଳି ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ସବୁଠି ଚର୍ଚ୍ଚା। ସେ ଏହି ଶତକୀୟ ଇନିଂସ...

ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଏମିତି ଲେଖିଲେ ଦେବାଶିଷ,ସ୍ବାଭିମାନ ନ ଥିବା ସ୍ବାର୍ଥବାଦୀଙ୍କ…

ଭୁବନେଶ୍ୱର,୯ା୪: ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଶେଷକରି ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି...

ଚର୍ଚ୍ଚାରେ ଯମଜ ଭଉଣୀ: MBBS ପରୀକ୍ଷାରେ ସମାନ ନମ୍ବର ରଖି ସୃଷ୍ଟି କଲେ ଅନନ୍ୟ ରେକର୍ଡ

ସୁରତ,୯।୩: ଆଜିକାଲି ଗୁଜରାଟର ଯମଜ ଭଉଣୀ ଚର୍ଚ୍ଚାରେ ଅଛନ୍ତି। ଦୁହେଁ MBBS ପରୀକ୍ଷାରେ ସମାନ ନମ୍ବର ରଖି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ଗୁଜରାଟର...

ପ୍ରତାପଙ୍କ ଘରେ ସିକ୍ରେଟ ମିଟିଂ, ବବି ସାମିଲ୍‌, ସଂଧ୍ୟାବେଳକୁ ବଡ଼ ଘୋଷଣା!

ଭୁବନେଶ୍ୱର,୯।୪: ବିଜେଡିରେ ବଡ଼ ହଲଚଲ। ଗୋଟିଏ ପରେ ଗୋଟିଏ ଘନଘନ ବସୁଛି ବୈଠକ। ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ପରେ ଏପଟେ ପ୍ରତାପ...

କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌

ସମ୍ବଲପୁର,୯ା୪: OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍‌ ହୋଇଛି। ମୁଦିପଡ଼ାସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ ହୋଇଛି। ବସ୍‌ ମାଲିକଙ୍କ ବକେୟା ପ୍ରଦାନ...

ନିଯୁକ୍ତି ସୁଯୋଗ: ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବିଭାଗରେ ବାହାରିଲା ୫୦୦ରୁ ଅଧିକ ନୂଆ ପଦବୀ

ଭୁବନେଶ୍ୱର,୯।୪: ଓଡ଼ିଶା ସରକାରଙ୍କ ନ୍ୟାୟ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ (ଡିପିପି) ପାଇଁ ୨୬୭ଟି ନୂଆ ପଦବୀ ବାହାରିଛି। ଏନେଇ BNSS...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image