Categories: ଜାତୀୟ

ମହାତ୍ମା ଗାନ୍ଧୀ ଯେଉଁଠି ଯାତ୍ରା କରିଥିଲେ ସେହିଠାରୁ ହିଁ ତ୍ରିରଙ୍ଗା ଯାତ୍ରାରେ ବାହାରିବ ଭାଜପା

ନୂଆଦିଲ୍ଲୀ,୯ ।୮: ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ମଙ୍ଗଳବାର ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ଲାଲକିଲାରୁ ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ମଙ୍ଗଳବାର ସକାଳ ସାଢେ ଦଶଟାରେ ଲାଲ କିଲାରୁ ଭାଜପାର ତ୍ରିରଙ୍ଗା ଯାତ୍ରାକୁ ବାହାର କରିବେ । ଅନ୍ୟପଟୋ ମୟୁର ବିହାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୧୫ ଫୁଟର ଜାତୀୟ ପତାକା ସହ କାର୍ଯ୍ୟକ୍ରମରେ ଯୋଗଦେବେ ।
ସେହିଭଳି ଉତ୍ତର ପ୍ରଦେଶର କନୌଜରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବେ । ଛତିଶଗଡ଼ର ଭୁପେଶ ବଘେଲ ସରକାର ସମସ୍ତ ୯୦ ବିଧାନସଭା ଅଞ୍ଚଳରେ କଂଗ୍ରେସର ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବେ ।
ଜାତୀର ପିତା ମହାତ୍ମା ଗାନ୍ଧୀ ଯେଉଁ ରାସ୍ତାରେ ସ୍ୱାଧିନତା ସଂଗ୍ରାମ ସମୟରେ ଯାତ୍ରା କରୁଥିଲେ ସେହିଠାରୁ ହିଁ ଭାଜପା ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବ । ଭାଜପା ନେତା ବିଜୟ ଗୋୟଲ ଏହି ସୂଚନା ଦେଇଛନ୍ତି । ଲାଲକିଲାରୁ ଆରମ୍ଭ ହେଉଥିବା ତ୍ରିରଙ୍ଗା ଯାତ୍ରାରେ ହଜାର ହଜାର ଲୋକ ଯୋଗଦେବେ ।

Share