Categories: ଜାତୀୟ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ତିରଥ ସିଂହ ରାୱତ

ଡେରାଡୁନ,୧୦।୩: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତିରଥ ସିଂହ ରାୱତ। ବୁଦବାର ଅପରାହ୍ନ ୪ଟା ବେଳେ ରାଜଭବନରେ ରାଜ୍ୟପାଳ ବେବୀ ରାନୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବ। ଏହାପୂର୍ବରୁ ମଙ୍ଗଳବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ତ୍ରିବେନ୍ଦ୍ର ସିଂହ ରାୱତ ନିଜ ପଦରୁ ଇସ୍ତଫା ଦେଇଥିଲେ। ପରେ ଭାଜପାର ଏମ୍‌ପି ଥିବା ତିରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। ୫୬ ବର୍ଷୀୟ ତିରଥ ସିଂହ ରାୱତ ଉତ୍ତରାଖଣ୍ଡର ଘରୱାଲ ଆସନରୁ ଲୋକସଭାକୁ ଯାଇଥିି। ଏହାପୂର୍ବରୁ ସେ ୨୦୧୩ ନଭେମ୍ବର ୯ରୁ ୨୦୧୫ ଡିସେମ୍ବର ୩୧ ଯାଏ ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ସେ ୨୦୧୨ରୁ ୨୦୧୭ଯାଏ ଉତ୍ତରାଖଣ୍ଡ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

Share