Categories: ଫୁରସତ

ଜୀବନସାଥୀ ଖୋଜିଖୋଜି ଥକିପଡିଲେ ଯୁବତୀ, ଲକ୍ଷଲକ୍ଷ ଖର୍ଚ୍ଚକରି …

ପ୍ରତ୍ୟେକ ଝିଅ ନିଜ ସ୍ବପ୍ନର ରାଜକୁମାର ପାଇବାକୁ  ଇଚ୍ଛା  କରିଥାନ୍ତି। ସେମାନେ ଚାହାନ୍ତି ଏକ ସୁନ୍ଦର ପୁଅ ସହ ବାହାହୋଇ ଘରସଂସାର କରିବାକୁ ।
ମାତ୍ର ଯେତେବେଳେ କେହି ଆପଣଙ୍କୁ ପସନ୍ଦ କରନ୍ତି ନାହିଁ ସେତେବେଳେ  ମନ ଭାଙ୍ଗିଗଲା ଭଳି ମନେହୁଏ। ଏହି ପରିସ୍ଥିତିରେ, ଜଣେ ବ୍ୟକ୍ତି ଚିରଦିନ ପାଇଁ ଏକାକୀ ରହିବାକୁ ମନସ୍ଥ କରନ୍ତି।
ମାତ୍ର  ଜଣେ  ଆମେରିକୀୟ  ୪୨ ବର୍ଷୀୟା ମହିଳା ଯାହା କରିଛନ୍ତି।  ତାହା  ହୁଏତ     ଆଶ୍ଚର୍ଯ୍ୟ କରିପାରେ। ମହିଳା ଜଣଙ୍କ ତାଙ୍କ ଜୀବନସାଥୀଙ୍କୁ ନ ପାଇ ନିଜେ ନିଜକୁ ବିବାହ କରିଛନ୍ତି।  ଏହି  ବିବାହରେ ତାଙ୍କ  ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟ ଯୋଗ ଦେଇଥିଲେ। ଏହି ଘଟଣାକୁ ତାଙ୍କ ସମସ୍ତ ସମ୍ପର୍କୀୟ ପସନ୍ଦ କରିଥିଲେ। କାରଣ ସେ ନିଜ ପାଇଁ ଜୀବନସାଥୀ ଖୋଜି  ଥକିପଡ଼ିଥିଲେ । ସେ ତାଙ୍କ ବିବାହରେ ୨୦ ବର୍ଷରେ ସଞ୍ଚୟ କରିଥିବା ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସେ କହି  ଛନ୍ତ ଯେ, ବର୍ତ୍ତମାନ ସେ କାହାକୁ ଖୋଜିବେ ନାହିଁ।
Share