Categories: ଜାତୀୟ

ଚିତୁର ସଡ଼କ ଦୁର୍ଘଟଣା ୭ ମୃତ, ୪୫ ଆହତ

ଚିତୁର,୨୭ ।୩: ଆନ୍ଧ୍ରପ୍ରଦେଶର ଚିତୁରରେ ଶନିବାର ରାତିରେ ହାଇଥିବା ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୪୫ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ତିରୁପତିଠାରୁ ୨୫ କିଲୋମିଟର ଦୂର ବକରାପେଟାରେ ହୋଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଡ୍ରାଇଭରଙ୍କ ଭୁଲ ଯୋଗୁ ଏକ ଯାତ୍ରୀବାହି ବସ ରାସ୍ତା କଡରେ ଥିବା ଖାଲରେ ଖସି ପଡିଥିଲା । ବସରେ ଥିବା ଯାତ୍ରୀ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା କୁହାଯାଉଛି । ତେବେ ଏସପି ତିରୁପତି କହିଛନ୍ତି ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହର ରେଡ୍ଡି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

Share