Categories: ଜାତୀୟ

ତିରୁପତି ଲଡୁ ବିବାଦ: ମନ୍ଦିରରେ ଝାଡୁ ଲଗାଇ ପ୍ରାୟଶ୍ଚିତ କରୁଛନ୍ତି ପଓ୍ବନ କଲ୍ୟାଣ, ଦେଖନ୍ତୁ ଭିଡିଓ

ବିଜୟଓ୍ବାଡା,୨୪।୯: ତିରୁପତିସ୍ଥିତ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରକୁ ପଶୁ ଚର୍ବିରେ ମିଶ୍ରିତ ଘିଅ ଯୋଗାଣ ପ୍ରସଙ୍ଗରେ ଅନେକ ରାଜନୈତିକ ବୟାନବାଜି ଚାଲିଛି। ଏହି ସମୟରେ ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣ ପ୍ରସାଦଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ୧୧ ଦିନିଆ ପ୍ରାୟଶ୍ଚିତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ସେ ଏପରି ଘଟଣାକୁ ରୋକି ପାରିଲେ ନାହିଁ ବୋଲି ସେ ଅନୁତାପ କରିଛନ୍ତି।

ଏହିକ୍ରମରେ ମଙ୍ଗଳବାର ସକାଳେ ପୱନ କଲ୍ୟାଣ ବିଜୟୱାଡାର ଦୁର୍ଗା ମଲେଶ୍ୱର ସ୍ବାମୀ ମନ୍ଦିରରେ ପୋଛା ଲଗାଇଥିଲେ। ସୂଚନାଯୋଗ୍ୟ, ପୱନ କଲ୍ୟାଣ ଅକ୍ଟୋବର ୧ ପର୍ଯ୍ୟନ୍ତ ପ୍ରାୟଶ୍ଚିତ କରିବେ। ଏହା ପରେ ସେ ପ୍ରଭୁ ଭେଙ୍କଟେଶ ମନ୍ଦିରକୁ ଯାଇ ଭଗବାନଙ୍କଠାରୁ କ୍ଷମା ମାଗିବେ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଅଭିଯୋଗ କରିଥିଲେ ଯେ ପୂର୍ବ ଜଗନ ମୋହନ ରେଡ୍ଡୀ ସରକାରଙ୍କ ସମୟରେ ତିରୁପତି ମନ୍ଦିରରେ ଖରାପ ଗୁଣାତ୍ମକ ମାନର ଘିଅ ବ୍ୟବହାର କରାଯାଇଥିଲା। ଲଡୁରେ ପଶୁ ଚର୍ବି ସହିତ ଅନେକ ଦୂଷିତ ଉପାଦାନ ବ୍ୟବହାର କରାଯାଇଥିଲା।

Share