ହାଇଦ୍ରାବାଦ,୧୯ା୭: ଆନ୍ଧପ୍ରଦେଶସ୍ଥିତ ତିରୁମାଲା ତିରୁପତି ବାଲାଜୀଙ୍କ ନାମ ଦେଶର କୋଣ ଅନୁକୋଣରେ ଜଣା। ଏଠାକୁ ସବୁଠାରୁ ପ୍ରତିଷ୍ଠିତ ଏବଂ ଧନୀ ଭକ୍ତମାନେ ଆସିଥାନ୍ତି। ଭଗବାନ ଭେଙ୍କେଟଶ୍ୱର ସ୍ବାମୀଙ୍କ ଉପରେ କୋଟି କୋଟି ଟଙ୍କା ଦାନ କରାଯାଇଥାଏ। ସୋମବାର ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତି ୪ କୋଟି ଟଙ୍କାର ଏକ ସୁନା ଖଣ୍ଡା ଦାନ କରିଛନ୍ତି। ଏହାର ଓଜନ ସାଢ଼େ ୬ କିଲୋଗ୍ରାମ।
ଶ୍ରୀନିବାସ ଦମ୍ପତି ଆଜି ସକାଳେ ଟିଟିଡି ଅଧିକାରୀଙ୍କୁ ସୁନା ଖଣ୍ଡା ପ୍ରଦାନ କରିଥିଲେ। ଶ୍ରୀନିବାସ ଦମ୍ପତି ରବିବାର ତିରୁମାଲା କଲେକ୍ଟରେଟ୍ ଅଫିସ ଯାଇଥିଲେ। ସେଠାରେ ମିଡିଆ ସାମ୍ନାରେ ସାଢ଼େ ୬ କିଲୋ ଓଜନର ଏହି ଖଣ୍ଡାକୁ ପ୍ରଦର୍ଶନ କରିଥିଲେ। ଏହି ଦମ୍ପତି ବର୍ଷକ ତଳୁ ଭଗବାନ ଭେଙ୍କେଟଶ୍ୱରଙ୍କୁ ସୁନା ଖଣ୍ଡା ଦେବା ପାଇଁ ଚାହୁଁଥିଲେ। ମାତ୍ର କରୋନା ମହାମାରୀ ଯୋଗୁ ସମ୍ଭବ ହୋଇପାରି ନ ଥିଲା। ଆଜି ସକାଳେ ଶ୍ରୀନିବାସ ଦମ୍ପତି ‘ସୂର୍ଯ୍ୟକଟାରୀ’ର ଟିଡିଟି ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଯାହାକି ଖୁବ୍ ଚର୍ଚ୍ଚା ହେଉଛି।