Categories: ଜାତୀୟ

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି। ସେ ଆବେଦନରେ ଦର୍ଶାଇଛନ୍ତି, ଯେ ଲଡୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଓ ମାଛ ତେଲ ରହିଥିବା ଜଣାପଡ଼ିବା ପରେ ଏହା ଅଗଣିତ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି।

ଏହା ହିନ୍ଦୁ ଧର୍ମର ମୌଳିକ ପ୍ରଥାର ଉଲ୍ଲଂଘନ ବୋଲି ସେ କହିଛନ୍ତି। ହିନ୍ଦୁ ଧର୍ମର ପବିତ୍ର ପ୍ରଥାଗୁଡ଼ିକର ସୁରକ୍ଷା ପାଇଁ ଆବେଦନକାରୀ ନିବେଦନ କରିଛନ୍ତି। ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଆନ୍ଧ୍ରପ୍ରଦେଶ କଂଗ୍ରେସ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ୍‌. ଶର୍ମିଲା ଦାବି କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ପତ୍ର ଲେଖି ଜଣାଇଛନ୍ତି।

ସେପଟେ ମାଡ୍ରାସ ହାଇକୋର୍ଟର ଆଇନଜୀବୀ ବି. ଜଗନ୍ନାଥ ତିରୁପତିଙ୍କ ଲଡୁ ତିଆରେ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଶ୍ରଣ ଘଟଣାରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ତାମିଲନାଡୁ ପୋଲିସରେ ଏତଲା ଦାଏର କରିଛନ୍ତି। ସେ ଅଭିଯୋଗର ନକଲ ପୋଲିସ ଡିଜି ଏବଂ ଗ୍ରେଟର ଚେନ୍ନାଇ ପୋଲିସ କମିଶନରଙ୍କ ନିକଟକୁ ପଠାଇଛନ୍ତି।

Share