ଭୁଲ ଫଟୋ ପାଇଁ ଟ୍ରୋଲ ହେଲେ ବଲିଉଡ୍‌ ଆକ୍ଟ୍ରେସ

ନୂଆଦିଲ୍ଲୀ, ୨୫ା୭: : ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତ ପାଇଁ ପଦକ ଖାତା ଖୋଲିଛନ୍ତି ଓ୍ବେଟଲିଫ୍ଟର ମୀରାବାଇ ଚାନ୍ନୁ। ଏହି ଅବସରରେ ଚାନ୍ନୁଙ୍କୁ କଙ୍ଗନା ରାଣାଓ୍ବତ, ଫର୍ହାନ ଆଖତର, ଅଭିଷେକ ବଚ୍ଚନଙ୍କ ଭଳି ଅନେକ ବଲିଉଡ୍‌ ଷ୍ଟାର ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ। ଏମାନଙ୍କ ଭଳି ଐତିହାସିକ ସଫଳତା ପାଇଁ ଚାନ୍ନୁଙ୍କୁ ଶୁଭେଚ୍ଛା ଜଣାଇଥିଲେ ବଲିଉଡ୍‌ ଅଭିନେତ୍ରୀ ଟିସ୍କା ଚୋପ୍ରା। କିନ୍ତୁ ସେ ଭୁଲବଶତଃ ମୀରାବାଇଙ୍କ ସ୍ଥାନରେ ଇଣ୍ଡୋନେସିଆର ଓ୍ବେଟଲିଫ୍ଟର ଆଇସା ଓ୍ବିଣ୍ଡି କାଣ୍ଟିକା (ବ୍ରୋଞ୍ଜ ପଦକଧାରୀ)ଙ୍କ ଫଟୋ ଶେୟାର କରିଥିଲେ।

ଏଭଳି ତ୍ରୁଟି ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଥିଲା। ବହୁ ୟୁଜର୍ସ ଭୁଲ ପାଇଁ ଟିସ୍କାଙ୍କୁ ସମାଲୋଚନା କରିଛନ୍ତି। ପ୍ରବଳ ଟ୍ରୋଲ ହେବା ପରେ ଅଭିନେତ୍ରୀ ଟୁଇଟ୍‌ କରି କ୍ଷମା ମାଗିଛନ୍ତି। ‘ଆପଣଙ୍କୁ ମଜା ଆସିଥିବାରୁ ମୁଁ ଖୁସି। ଏହା ଏକ ବଡ଼ ଭୁଲ ଥିଲା। ଏଥି ଲାଗି ମୁଁ ଦଃଖିତ। ଏହାର ଅର୍ଥ ନୁହେଁ ମୀରାବାଇ ଚାନ୍ନୁଙ୍କ ପାଇଁ ମୁଁ ଗର୍ବିତ ନୁହେଁ।

Share