Categories: ଜାତୀୟ

ଯେଶାକୁ ତେସା: ବ୍ରିଟେନରୁ ଆସିଥିବା ୭ଶହ ଯାତ୍ରୀ ୧୦ ଦିନ ପାଇଁ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୫ ।୧୦: ବ୍ରିଟେନର ଯାତ୍ରା ପ୍ରତିବନ୍ଧକୁ ନେଇ ଯେଶାକୁ ତେସା ନୀତି ଆପଣାଛି ଭାରତ । ସୋମବାର ଲଣ୍ଡନରୁ ଦିଲ୍ଲୀ ପହଞ୍ଚିଥିିବା ପ୍ରାୟ ୭୦୦ ଯାତ୍ରୀଙ୍କୁ ଅନିର୍ବାଜ୍ୟ ୧୦ ଦିନ ପାଇଁ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି । ଏହା ପୂର୍ବରୁ ବ୍ରିଟେନ ଅକ୍ଟୋବର ୪ରେ ଯାତ୍ରୀଙ୍କ ନିମୟରେ ସାମାନ୍ୟ ଢିଲା କରିଥିବା ବେଳେ ଭାରତରୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ୱାରାଣ୍ଟାଇନ ସର୍ତ୍ତ ରଖିଥିଲା । ଏବେ ଏହାର ଜବାବ ଦେଇଛି ଭାରତ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନୂଆ ଭିଜା ନିୟମ ରବିବାର ରାତିରୁ କାର୍ଯ୍ୟ ଆରମ୍ଭ କରିଛି । ଏହାପରେ ବ୍ରିଟେନରୁ ୩ଟି ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ଏଥିରେ ଥିବା ସମସ୍ତ ୭୦୦ ଯାତ୍ରୀଙ୍କୁ ୧୦ ଦିନ ପାଇଁ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି । ଦିଲ୍ଲୀ ସରକାରଙ୍କ ଏକ ଦଳ ବିମାନ ବନ୍ଦରରେ ଉପସ୍ଥିତ ରହି ଯାତ୍ରୀମାନଙ୍କୁ କ୍ୱାରାଣ୍ଟାଇନକୁ ପଠାଇ ଦେଇଥିଲେ । ଏବେ ଏହାପରେ ପୁଣିଥରେ ଦିଲ୍ଲୀ ସରକାରଙ୍କ ଏକ ଟିମ୍ ଏମାନେ କ୍ୱାରାଣ୍ଟାଇନ ସମୟରେ ସମସ୍ତ ନିୟମ ପାଳନ କରୁଛନ୍ତି କି ନା ତାହାର ତଦାରଖ କରିବେ ।

Share