ଟାଇଟାନିକ୍‌ ପାଇଁ ଟାଇଟନ୍‌ ନିଖୋଜ

ଓ୍ବାଶିଂଟନ୍‌,୨୧ା୬: ୧୯୧୨ ଏପ୍ରିଲ ୧୫ରେ ଉତ୍ତର ଆଟଲାଣ୍ଟିକ୍‌ ମହାସାଗରରେ ବୁଡ଼ିଯାଇଥିବା ବ୍ରିଟିଶ୍‌ ଜାହାଜ ଟାଇଟାନିକ୍‌ର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ଏକ ବୁଡ଼ାଜାହାଜ ରବିବାର ନିଖୋଜ ହୋଇଯାଇଛି। ଟାଇଟନ୍‌ ନାମକ ଏହି ଭେସେଲରେ ଥିବା ୫ ଜଣ ବ୍ୟକ୍ତିଙ୍କୁ ଅଦ୍ୟାବଧି ଠାବ କରାଯାଇପାରିନାହିଁ। ଉକ୍ତ ବୁଡ଼ାଜାହାଜରେ ମାତ୍ର ୯୬ ଘଣ୍ଟା ପାଇଁ ଜୀବନରକ୍ଷକ ଅମ୍ଳଜାନ ରହିଥିବାରୁ ସେମାନଙ୍କ ବଞ୍ଚତ୍ବା ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି। ଆମେରିକା ତଟରକ୍ଷୀ ବାହିନୀ ପକ୍ଷରୁ ତଲାସି ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଏକ ସି୧୩୦ ବିମାନକୁ ମଧ୍ୟ ନିୟୋଜିତ କରାଯାଇଛି। ଆକାଶମାର୍ଗରୁ ଭିଜୁଆଲ ଓ ରାଡାର ଜରିଆରେ ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ ଜାରି ରହିଛି। କାନାଡା କୋଷ୍ଟ ଗାର୍ଡ ଏବଂ ସଶସ୍ତ୍ର ବଳ ମଧ୍ୟ ଏହି ଆହ୍ବାନପୂର୍ଣ୍ଣ କାର୍ଯ୍ୟରେ ସାମିଲ ହୋଇଛି।
୬.୫ ମିଟର (୨୧ ଫୁଟ୍‌) ଲମ୍ବର ରିସର୍ଚ୍ଚ ଭେସେଲ ଟାଇଟନ୍‌ ଟାଇଟାନିକ୍‌ ବୁଡ଼ିଥିବା ସ୍ଥାନରେ ପହଞ୍ଚତ୍ବା ପାଇଁ ରବିବାର ବାହାରିଥିଲା। ଯାତ୍ରା ଆରମ୍ଭର ମାତ୍ର ଅଢ଼େଇ ଘଣ୍ଟା ପରେ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ସୋମବାର ରାତିରେ ଏହାର ପରିଚାଳନାକାରୀ ସଂସ୍ଥା ଓସେନ୍‌ ଗେଟ୍‌ ଏକ୍ସପେଡିଶନ୍ସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଏହି ପର୍ଯ୍ୟଟକ ବୁଡ଼ାଜାହାଜରେ ୯୬ ଘଣ୍ଟା ପାଇଁ ଅକ୍ସିଜେନ ଥିଲା। ସେଥିରୁ ୭୦ ଘଣ୍ଟାର ଅକ୍ସିଜେନ ବାକି ରହିଥିବା କୁହାଯାଉଛି। ବୁଡ଼ାଜାହାଜର ଓଜନ ୧୦,୪୩୨ କେ.ଜି. ହୋଇଥିବାବେଳେ ଏହା ୧୩,୧୦୦ ଫୁଟ୍‌ ଗଭୀରକୁ ପହଞ୍ଚତ୍ବାକୁ ସକ୍ଷମ ବୋଲି କମ୍ପାନୀ ଓ୍ବେବ୍‌ସାଇଟ୍‌ରେ ଦର୍ଶାଯାଇଛି।
ଥିବା ୫ ବ୍ୟକ୍ତିଙ୍କ ମଧ୍ୟରୁ ବ୍ରିଟିଶ ନାଗରିକ ହାମିଶ୍‌ ହାର୍ଡିଂ ଅନ୍ୟତମ। ୫୮ ବର୍ଷୀୟ ଆଭିଏଟର୍‌ ତଥା ସ୍ପେସ୍‌ ଟୁରିଷ୍ଟ ହାମିଶ୍‌ ହେଉଛନ୍ତି ଆକ୍ସନ ଆଭିଏଶନର ଅଧ୍ୟକ୍ଷ। ଟାଇଟାନିକ୍‌ ମିଶନରେ ସାମିଲ ହେଉଥିବାରୁ ସେ ଗର୍ବିତ ବୋଲି ରବିବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସେହିପରି କରାଚୀରେ ମୁଖ୍ୟାଳୟ ଥିବା ଏନ୍‌ଗ୍ରୋ କମ୍ପାନୀ ଉପାଧ୍ୟକ୍ଷ ଶାହଜାଦା ଦାଉଦ ମଧ୍ୟ ଉକ୍ତ ବୁଡ଼ାଜାହାଜରେ ଥିଲେ। ଏହି ପାକିସ୍ତାନୀ ବ୍ୟବସାୟୀଙ୍କ ସହ ତାଙ୍କ ପୁଅ ସୁଲେମାନ୍‌ ମଧ୍ୟ ଦୁଃସାହସିକ ଯାତ୍ରାରେ ସାମିଲ ଥିବା ‘ରଏଟର୍ସ’ ଉଲ୍ଲେଖ କରିଛି। ଓସେନ୍‌ ଗେଟ୍‌ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟକ୍ଟଟନ୍‌, ଫରାସୀ ପାଇଲଟ୍‌ ପଲ୍‌ ହେନେରି ନାର୍ଜିଓଲେଟ୍‌ ମଧ୍ୟ ସେଥିରେ ଥିଲେ।

Share