‘ଟାଇଟାନ’ ବୁଡ଼ିବା ଘଟଣା: ୫ ମୃତ

ବୋଷ୍ଟନ,୨୩ା୬: ଉତ୍ତର ଆଟ୍‌ଲାଣ୍ଟିକରେ ନିଖୋଜ ହୋଇଯାଇଥିବା ଏକ ବୁଡ଼ା ଜାହାଜରେ ଥିବା ସମସ୍ତ ୫ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସର୍ଚ୍ଚ ଅପରେଶନ ସମୟରେ ଟାଇଟାନିକ ଜାହାଜ ନିକଟରେ ନିଖୋଜ ବୁଡ଼ାଜାହାଜର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା। ଆମେରିକାର କୋଷ୍ଟଗାର୍ଡ ଏହି ସୂଚନା ଦେଇଛି।

ଆମେରିକାର କୋଷ୍ଟଗାର୍ଡ ରିୟର ଆଡମିରାଲ ଜନ ମଉଗର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୌଣସି ବିସ୍ଫୋରଣ ଶବ୍ଦ ହୋଇନାହିଁ, ଯାହା ଜଣାପଡୁଛି ସମସ୍ତଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ଇଂଲଣ୍ଡର ୫୮ ବର୍ଷୀୟ ହାମିସ ହାର୍ଡିଙ୍ଗ, ଫ୍ରାନ୍ସର ୭୭ ବର୍ଷୀୟ ପଲ-ହେନିର୍‌, ନାର୍ଜିଓଲେଟ, ଓ୍ବାଶିଂଟନର ୬୧ ବର୍ଷୀୟ ଷ୍ଟକ୍ଟନ ରସ ଏବଂ ପାକିସ୍ତାନର ୪୮ ବର୍ଷୀୟ ଶେହଜାଦ ଦାଉଦ ଓ ତାଙ୍କର ୧୯ ବର୍ଷୀୟ ପୁଅ ସୁଲେମାନ।

Share