Advertisement

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କୁ ଚକିତ କରିଛି। ବାର୍ବାରା ଡିକ୍ସନ ଏହି ଖବର ଶେୟାର କରିଛନ୍ତି। ୧୯୯୭ରେ ମୁକ୍ତିଲାଭ କରିଥିବା ମୁଭି ‘ଟାଇଟାନିକ’ରେ କ୍ୟାପଟେନ ଏଡୱାର୍ଡ ଜନ ସ୍ମିଥଙ୍କ ଭୂମିକା ସହିତ ବର୍ନାର୍ଡ ହିଲ ବହୁ ଲୋକପ୍ରିୟତା ହାସଲ କରିଥିଲେ । ବର୍ନାର୍ଡଙ୍କ ଦେହାନ୍ତ ବିଷୟରେ ସୂଚନା ପାଇବା ପରେ ସେଲିବ୍ରିଟିମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରଶଂସକମାନେ ମଧ୍ୟ ବିଶ୍ୱାସ କରିବାକୁ ସମର୍ଥ ନୁହଁନ୍ତି ଯେ ୭୯ବର୍ଷିୟ ବର୍ନାର୍ଡ ଆଉ ଏହି ଦୁନିଆରେ ନାହାଁନ୍ତି। ତେବେ ଅଭିନେତାଙ୍କ କିପରି ପରଲୋକ ହେଲା ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ।
ବାର୍ବାରା ଡିକ୍ସନ ସୋସିଆଲ ମିଡିଆରେ ବର୍ନାର୍ଡଙ୍କ ମୃତ୍ୟୁର ଖରାପ ଖବର ଶେୟାର କରିଥିଲେ। ସେ ସମବେଦନା ଜଣାଇ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ ଏକ୍ସ (ଟୁଇଟର) ରେ ବର୍ନାର୍ଡଙ୍କ ସହ ଏକ ଥ୍ରୋବ୍ୟାକ ଫଟୋ ଶେୟାର କରି ବାର୍ବାରା ଏକ ଭାବପ୍ରବଣ କ୍ୟାପସନ ଲେଖିଥିଲେ।
ହଲିଉଡ ଅଭିନେତ୍ରୀ କହିଛନ୍ତି, ମୁଁ ବହୁତ ଦୁଃଖର ସହିତ ମୁଁ ବର୍ନାର୍ଡ ହିଲଙ୍କ ପରଲୋକକୁ ଲକ୍ଷ୍ୟ କରିଛି। ଆମେ ଜନ ପଲ ଜର୍ଜ ରିଙ୍ଗୋ ଏବଂ ବର୍ଟ, ୱିଲି ରସେଲଙ୍କ ଉଜ୍ଜ୍ୱଳ ଶୋ ୧୯୭୪-୧୯୭୫ ରେ ଏକାଠି କାମ କରିଥିଲୁ। ତାଙ୍କୁ ଭେଟିବା ପ୍ରକୃତରେ ସୌଭାଗ୍ୟର ବିଷୟ। ତୁମେ ଶାନ୍ତିରେ ବିଶ୍ରାମ କର, ବର୍ନାର୍ଡ ହିଲ।
‘ଟାଇଟାନିକ’ ଏବଂ ‘ଲର୍ଡ ଅଫ ଦି ରିଙ୍ଗ’ ବ୍ୟତୀତ ବର୍ଣ୍ଣାଡ ହିଲ ‘ସ୍କର୍ପିଓନ କିଙ୍ଗ’, ‘ଦି ବୟଜ ଫ୍ରମ କାଉଣ୍ଟି କ୍ଲୋର’, ‘ଗୋଥିକା’, ‘ୱିମ୍ବଲଡନ’, ‘ଲିଗ ଅଫ ଜେଣ୍ଟଲମେନ ଆପୋକ୍ଲିପ୍ସ’ରେ ତାଙ୍କର ଭୂମିକା ପାଇଁ ଜଣାଶୁଣା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share