ଟାଇଟାନ ଦୁର୍ଘଟଣାର ସାମ୍ନାକୁ ଆସିଲା କାରଣ

ଓ୍ବାଶିଂଟନ୍‌,୨୩।୬: ଟାଇଟାନିକ ଧ୍ୱଂସାବଶେଷ ଦେଖିବା ପାଇଁ ଗଭୀର ସମୁଦ୍ର ଭିତରକୁ ଯାଇଥିବା ଟାଇଟାନ କାହାଣୀର ଦୁଃଖଦ ସମାପ୍ତି ହୋଇଛି। ବୁଡ଼ାଜାହାଜ ନିଖୋଜ ହେବା ପରେ ୫ ଯାତ୍ରୀଙ୍କୁ ମୃତ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଆମେରିକାର ନୌସେନା ରବିବାର ଦିନ ଏକ ଜୋରରେ ଶବ୍ଦ ଶୁଣିବାକୁ ପାଇଥିଲେ। ତେବେ ସେହି ଦିନ ଟାଇଟାନ ନିଖୋଜ ହୋଇଯାଇଥିଲା। ଅନେକ ଦିନର ସର୍ଚ୍ଚ ଅପରେଶନ ପରେ ମଧ୍ୟ ଟାଇଟାନ ବିଷୟରେ କିଛି ଖୋଜ ଖବର ମିଳି ନ ଥିଲା। ତେବେ ବର୍ତ୍ତମାନ କୁହାଯାଉଛି ଯେ, ଭୟଙ୍କର ଅନ୍ତଃସ୍ଫୋଟରେ ଟାଇଟାନ୍‌ ପାଣି ଭିତରେ ଧ୍ୱସଂ ହୋଇଯାଇଛି।

ତେବେ ଏଠାରେ କହି ରଖୁଛି କି, ବିସ୍ଫୋରଣର ବିପରୀତ ହେଉଛି ଇମ୍ପ୍ଲୋସନ ବା ଅନ୍ତଃସ୍ଫୋଟ। ବିସ୍ଫୋରଣରେ ଭିତରୁ ବାହାରକୁ କୌଣସି ଜିନିଷ ବିସ୍ଫୋରଣ ହୋଇଥାଏ। କିନ୍ତୁ ଅନ୍ତଃସ୍ଫୋଟରେ ବାହାରୁୁ ଭିତରକୁ ଚାପ ପଡି ବିସ୍ଫୋରଣ ହୋଇଥାଏ। ଅଣ୍ଡର ୱାଟର ଫରେନସିକ ପରୀକ୍ଷଣର ବିଶେଷଜ୍ଞ ଟମ ମ୍ୟାଡଡକ୍ସ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଟାଇଟାନ୍‌ ବୁଡ଼ାଜାହାଜର ଏହି ଗଠନମୂଳକ ତ୍ରୁଟି ହେତୁ ଏପରି ଅଘଟଣ ଘଟିଛି। ବୁଡ଼ାଜାହାଜ ବାହାରୁ ଅତ୍ୟଧିକ ଚାପକୁ ସହ୍ୟ କରିପାରି ନ ଥିଲା ଏବଂ ଅନ୍ତଃସ୍ଫୋଟରେ ଧ୍ୱସଂ ହୋଇଥିଲା।

Share