ଟାଇଟାନିକର ଭଗ୍ନାବଶେଷ ଦେଖିବାକୁ ଚାହୁଁ ନ ଥିଲେ ଅରବପତିଙ୍କ ପୁଅ

ଲଣ୍ଡନ,୨୩।୬: ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ଟାଇଟନ ବୁଡାଜାହାଜରେ ଯାଇଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପାକିସ୍ତାନ ମୂଳ ବାସିନ୍ଦା ଜଣେ ଅରବପତି ଶହଜାଦା ଦାଉଦ ଓ ତାଙ୍କ ୧୯ ବର୍ଷୀୟ ପୁଅ ସୁଲେମାନ ଦାଉଦଙ୍କର ବି ମୃତ୍ୟୁ ହୋଇଛି। ଗୁରୁବାର ଶହଜାଦା ଦାଉଦଙ୍କ ବଡ ଭଉଣୀ କହିଛନ୍ତି କି ସୁଲେମାନ ଏହି ଯାତ୍ରାରେ ଯିବାକୁ ଆଦୌ ଚାହୁଁ ନ ଥିଲେ କାରଣ ସେ ଏହି ଯାତ୍ରାକୁ ନେଇ ଭୟଭୀତ ଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶହଜାଦା ଦାଉଦଙ୍କ ବଡ ଭଉଣୀ ଅଜମେହ ଦାଉଦ କହିଛନ୍ତି ଯେ ସୁଲେମାନ ଜଣେ ସମ୍ପର୍କୀୟଙ୍କୁ କହିଥିଲେ ଯେ ସେ ଏହି ଯାତ୍ରାକୁ ନେଇ ଉତ୍ସାହିତ ନୁହଁନ୍ତି କିନ୍ତୁ ଭୟଭୀତ ଥିଲେ। ଅଜମେହ କହିଛନ୍ତି ଯେ ଯେଉଁ ଦିନ ଏହି ଲୋକମାନେ ବୁଡ଼ାଜାହାଜରୁ ସମୁଦ୍ରର ଗଭୀରକୁ ଓହ୍ଲାଇଥିଲେ, ସେହି ଦିନ ଫାଦର୍ସ ଡେ ବା ପିତୃ ଦିବସ ଥିଲା ଏବଂ ସୁଲେମାନ ତାଙ୍କ ପିତାଙ୍କୁ ଖୁସି କରିବାକୁ ଚାହୁଁଥିଲେ କାରଣ ଶହଜାଦ ଦାଉଦ ଚାହୁଁଥିଲେ ଯେ ତାଙ୍କ ପୁଅ ତାଙ୍କ ସହ ସମୁଦ୍ରର ଗଭୀରକୁ ଯାଆନ୍ତୁ। ଟାଇଟାନିକର ଭଗ୍ନାବଶେଷକୁ ନେଇ ଏହି ଯାତ୍ରା ପାଇଁ ଶହଜାଦ ଦାଉଦ ଖୁବ ଉତ୍ସାହିତ ଥିଲେ ଏବଂ ଏହି କାରଣରୁ ସୁଲେମାନ ତାଙ୍କ ପିତାଙ୍କୁ ନିରାଶ କରିବାକୁ ଚାହୁଁ ନ ଥିଲେ।

 

Share