Categories: ଫୁରସତ

୧୧୧ ବର୍ଷ ପରେ ଟାଇଟାନିକ୍‌ର ଡିନର୍‌ ମେନ୍ୟୁ ହେବ ନିଲାମ

ଫିଲ୍ମ ଟାଇଟାନିକର ବିଶାଳକାୟ ଜାହାଜ କଥା ଅଧିକାଂଶ ଲୋକଙ୍କର ମନେ ଥିବ। ୧୧୧ ବର୍ଷ ପୂର୍ବେ ଏକ ବରଫ ସହିତ ଧକ୍କା ହେବା ପରେ ଏହା ବୁଡ଼ି ଯାଇଥିଲା। ଏହି ଜାହାଜ ବୁଡ଼ିଯିବା କାରଣରୁ ପ୍ରାୟ ୧୫୦୦ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ଜାହାଜ ଭିତରେ କିଛି ଜିନିଷ ସୁରକ୍ଷିତ ରହିଲା, ଯାହା ବର୍ତ୍ତମାନ ନିଲାମ ହେବାକୁ ଯାଉଛି। ଟାଇଟାନିକର ଫାର୍ଷ୍ଟ କ୍ଲାସ୍‌ ଡିନର୍‌ ମେନ୍ୟୁ ନିଲାମ ଦିଆଯିବ। ଜାହାଜ ଧକ୍କା ହେବାର ରାତିରେ ଏହି ମେନ୍ୟୁ ପରିବେଷଣ କରାଯାଇଥିଲା।
ନିଲାମ ପାଇଁ ଅନ୍ୟାନ୍ୟ ଆଇଟମ ଗୁଡିକରେ ଏକ ହ୍ବାଇଟ ଷ୍ଟାର୍‌ ଲାଇନ ଡେକ କମ୍ବଳ, ଜଣେ ଯାତ୍ରୀଙ୍କ ଏକ ପକେଟ ଘଣ୍ଟା, ଏବଂ ଏକ ବିରଳ ବ୍ରଡସାଇଡ ପୋଷ୍ଟର ବିଜ୍ଞାପନ ସାମିଲ ଅଛି।
ମେନ୍ୟୁ କାର୍ଡ ନିଲାମରେ ପ୍ରାୟ ୫୧ ଲକ୍ଷରୁ ୭୧ ଲକ୍ଷ ଟଙ୍କା ରୋଜଗାର ହେବବୋଲି ଆଶା କରାଯାଉଛି। ଏହି ଐତିହାସିକ ନିଲାମ ୧୧ ନଭେମ୍ବରରେ ଡେଭିସ୍‌, ୱିଲଟସାୟାରରେ ହେନେରୀ ଆଲଡ୍ରିଜ ଆଣ୍ଡ ସନ ଲିମିଟେଡରେ ହେବ।

Share