ରେକର୍ଡ ଭାଙ୍ଗିଲା ଟିଟିଲାଗଡ଼

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଶନିବାର ରାଜ୍ୟର ୯ଟି ସ୍ଥାନରେ ୪୪ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ ସହରରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଛି। ଏହା ଚଳିତ ବର୍ଷର ସର୍ବାଧିକ ତାପମାତ୍ରା। ସେହିଭଳି ବୌଦ୍ଧ ଓ ବଲାଙ୍ଗିରରେ ତାପମାତ୍ରା ୪୫ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡ଼ାରେ ୪୪.୯, ସୋନପୁରରେ ୪୪.୭, ଅନୁଗୋଳରେ ୪୪.୫, ସମ୍ବଲପୁରରେ ୪୪.୩, ବରଗଡ଼ରେ ୪୪.୪ ଓ ସୁନ୍ଦରଗଡ଼ରେ ୪୪ ଡିଗ୍ରୀ ସେଲସିୟସ ରହିଛି। ଗୋପାଳପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩୦.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭.୮ ଡିଗ୍ରୀ ଓ କଟକରେ ୩୬.୮ ଡିଗ୍ରୀ ରେକର୍ଡ ରହିଥିବା ରାଜ୍ୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share