ଟିଟିଲାଗଡ଼,(ଡି.ଏନ୍.ଏ.)୫।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୌରାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ସ୍ଥାୟୀ ପ୍ରତିକାର ଦାବିରେ ଟିଟିଲାଗଡ଼ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ସୋମବାର ସହରର ସମସ୍ତ ଦୋକାନବଜାର ବନ୍ଦ ରହିବା ସହ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରତିଷ୍ଠାନ ବନ୍ଦ ରହିଛି। ବନ୍ଦ ଯୋଗୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଯୁବ ମୋର୍ଚ୍ଚା ନେତା ନରସିଂହ ସିଂ, ଜଲା ପରିଷଦ ସଭ୍ୟ ଦିଲୀପ ଖରସେଲ ପ୍ରମୁଖଙ୍କ ନେତୃତ୍ୱରେ ବହୁ କର୍ମୀ, ନେତା ଆନ୍ଦୋଳନରେ ସାମିଲ ହେବା ସହ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି।