ବଢୁଛି ତାତି, ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ପ୍ରବାହ । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି । ୪୧.୪ ଡିଗ୍ରୀ ତାପମାତ୍ରା ସହିତ ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର । ଝାରସୁଗୁଡ଼ାରେ ତାପମାତ୍ରା ୩୯.୮ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀରରେ ତାପମାତ୍ରା ୨୧.୩ ଡିଗ୍ରୀ ରହିଛି । ସେହିପରି ବୌଦ୍ଧରେ ତାପମାତ୍ରା ୪୦ ଡିଗ୍ରୀ ରହିଛି। ବାରିପଦାରେ ୩୯.୫, ସମ୍ବଲପୁରରେ ୪୦ ଡିଗ୍ରୀ, କଟକରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୯.୬ ଏବଂ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Share