ଦୁର୍ଗାପୂଜାରେ ତିତିଲି

ଏଥର ଦୁର୍ଗାପୂଜାରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ତିତିଲି’। ଏ ସମ୍ପର୍କରେ ନିକଟରେ ପ୍ରଯୋଜନା ସଂସ୍ଥା ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ୟାନରରେ ନିର୍ମିତ ପଞ୍ଚମ ଫିଲ୍ମଟି ସେପ୍ଟେମ୍ବର ୩୦ରେ ପରଦା ଉପରକୁ ଆସିବ। ଏହାର ପ୍ରଯୋଜନା କରିଛନ୍ତି ପ୍ରଭାତ କୁମାର ପ୍ରଧାନ ଏବଂ ଶିଶିର ଚନ୍ଦ୍ର ଦାସ। ଚିତ୍ରଟିର କାହାଣୀ ରଚନା କରିଛନ୍ତି ଆଗଧାଡିର କାହାଣୀକାର ଦେବିଦତ୍ତ ମହାନ୍ତି। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଏସ. କେ. ମୁରଲୀଧରନ। ଗୀତଗୁଡିକୁ ସ୍ବର ଦେଇଛନ୍ତି ଅନ୍ୟତମ ପ୍ରମୁଖ ସ୍ବର ସଂଯୋଜକ ପ୍ରେମାନନ୍ଦ। ଭିନ୍ନ ସ୍ବାଦର ପ୍ରେମ କାହାଣୀ ଏଥିରେ ଦେଖିବାକୁ ମିଳିବ। ଏହା ସହ ସାମାଜିକ ଚଳଣି, ଓଡ଼ିଆ ସଂସ୍କୃତି ଓ ମୌଳିକ ଓଡ଼ିଆ କଥା ବସ୍ତୁ ସ୍ଥାନ ପାଇଛି। ଫିଲ୍ମର ବିଭିନ୍ନ ଭୂମିକାରେ ଦିବ୍ୟା, ତୁଷାର, ମିହିର ଦାସ, ପ୍ରତିଭା ପଣ୍ଡା, ପ୍ରୀତିରାଜ, ହାଡୁ, ଜୀବନ ପଣ୍ଡା ପ୍ରମୁଖ କଳାକାର ଅଭିନୟ କରିଛନ୍ତି । ଉକ୍ତ ସିନେମାର କ୍ରିଏଟିଭ ହେଡ଼ ଅଛନ୍ତି ପ୍ରଣୟ ଜେଠୀ। ଏହି ବ୍ୟାନରରେ ପୁର୍ବରୁ ‘ବ୍ୟାଡ଼ ଗାର୍ଲ’, ‘ଧର୍ମ’,‘ଭୈରବ’, ‘ଦେବଦାସ’ ଭଳି ସିନେମା ର୍ନିମାଣ ହୋଇ ଦଶର୍କଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛି। ତେବେ ‘ତିତିଲି’ ମଧ୍ୟ ନିଜକୁ ଏହି ତାଲିକାରେ ସାମିଲ କରିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା।

Share