Categories: ଖେଳ

ଅଶ୍ୱିନୀ-ତନିଶାଙ୍କୁ ଟାଇଟଲ

ନାଣ୍ଟିସ (ଫ୍ରାନ୍ସ), ୨୦ା୬ (ପି.ଟି.): ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଯୋଡ଼ି ଅଶ୍ୱିନୀ ପୋନାପ୍ପା ଓ ତନିଶା କ୍ରାଷ୍ଟ୍ରୋ ନାଣ୍ଟିସ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଚ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେମାନେ ଚାଇନିଜ ତାଇପେର ହଙ୍ଗ୍‌ ଏନ୍‌ ଜୁ ଓ ଲିନ୍‌ ୟୁ-ପେଙ୍କୁ ୨୧-୧୫, ୨୧-୧୪ରେ ହରାଇ ଦେଇଛନ୍ତି। ମ୍ୟାଚ ଜିତିବାକୁ ଭାରତୀୟ ଯୋଡ଼ି ମାତ୍ର ୩୧ ମିନିଟ ସମୟ ନେଇଥିଲେ। ତେବେ ଭାରତ ମିକ୍ସଡ ଡବଲ୍ସ ଫାଇନାଲରେ ହାରିଯାଇଛି। ତନିଶା ଓ କେ. ସାଇ ପ୍ରତୀକ କ୍ୱାଲିଫାୟରରୁ ଫାଇନାଲରେ ପହଞ୍ଚତ୍ ଥିଲେ। ମାତ୍ର ସେମାନେ ଡେନମାର୍କର ମାଡ୍ସ ଭେଷ୍ଟରଗାର୍ଡ ଓ ଖ୍ରିଷ୍ଟିନ୍‌ ବସ୍କଙ୍କଠାରୁ ୨୧-୧୪, ୧୪-୨୧, ୧୭-୨୧ରେ ହାରିଯାଇଥିଲେ। ସୂଚନାଯୋଗ୍ୟ, ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟ ବିଡବ୍ଲ୍ୟୁ ଓ୍ବାଲର୍‌ଡ ସିରିଜର ଅଂଶ ବିଶେଷ ନୁହଁନ୍ତି।

Share