Posted inଖେଳ

କଳିଙ୍ଗରେ ବ୍ଲୁ ଟାଇଗର୍ସକୁ ଟାଇଟଲ

ଭୁବନେଶ୍ୱର, ୧୯।୬ (ତପନ ସ୍ବାଇଁ): ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟ ରବିବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଛି। ଫାଇନାଲରେ ଲେବାନନକୁ ହରାଇ ଟ୍ରଫି ହାସଲ କରିଛି ବ୍ଲୁ ଟାଇଗର୍ସ ଭାରତ।
ଲିଗ୍‌ ପର୍ଯ୍ୟାୟରେ ୨ଟି ବିଜୟ ଓ ଗୋଟିଏ ଡ୍ର ରଖିଥିବା ଭାରତ ଅପରାଜେୟ ଭାବେ ଟାଇଟଲ ହାସଲ କରିଛି। ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୩ୟ ସଂସ୍କରଣ ମଧ୍ୟରେ ଭାରତ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହୋଇଛି। ପୂର୍ବରୁ ଭାରତ ପ୍ରଥମ ସଂସ୍କରଣ ୨୦୧୮ରେ ଚାମ୍ପିୟନ ହୋଇଥିଲା।
ଦୁଇ ଦଳ ମଧ୍ୟରେ ଲିଗ୍‌ ମ୍ୟାଚ୍‌ ପରି ଫାଇନାଲ ମଧ୍ୟ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୬ଷ୍ଠ ମିନିଟ୍‌ରେ ଗୋଲପୋଷ୍ଟ ଏରିଆ ମଧ୍ୟରେ ଭାରତର ଆଶିକ୍‌ କୁରୁନିଆନଙ୍କୁ ଲେବାନନ୍‌ର ଫାରାନ ଠେଲି ତଳେ ପକାଇ ଦେଇଥିଲେ। ଏଥିରେ ଭାରତ ଏକ ପେନାଲ୍ଟି ଶୁଟ୍‌ ଆଶା କରୁଥିଲେ ହେଁ ରେଫରି ଦେଇ ନ ଥିଲେ। ୨୩ତମ ମିନିଟ୍‌ରେ ମ୍ୟାଚ୍‌ର ପ୍ରଥମ ୟେଲୋ କାର୍ଡ ପାଇଥିଲେ ଲେବାନନ୍‌ର ନାଦିର ମାଟାର। ସେ ଆଶିକ୍‌ଙ୍କୁ ଫାଉଲ ମାରିଥିଲେ। ୨୬ତମ ମିନିଟ୍‌ରେ କୁଲିଂ ବ୍ରେକ୍‌ପରେ ଭାରତୀୟ ଖେଳାଳିମାନେ ଆକ୍ରମଣକୁ ଜୋର୍‌ଦାର କରିଥିଲେ। ୩୮ତମ ମିନିଟ୍‌ରେ ଦ୍ୱିତୀୟ ୟେଲୋ କାର୍ଡ ଆସିଥିଲା। ଏଥର ଏହା ପାଇଥିଲେ ଭାରତୀୟ ଖେଳାଳି ଆଶିକ୍‌। ସେ ପ୍ରତିପକ୍ଷ ଦଳର ଫାରାନଙ୍କୁ ଟାଣି ତଳେ ପକାଇଦେବାରୁ ରେଫରିି ୟେଲୋ କାର୍ଡ ଦେଇଥିଲେ। ନିର୍ଦ୍ଧାରିତ ୪୫ ଓ ୩ ମିନିଟ୍‌ ଇଞ୍ଜୁରି ଟାଇମ୍‌ ମଧ୍ୟରେ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା।

ଚାଙ୍ଗ୍‌ଟେଙ୍କ ଚମକ

ଦ୍ୱିତୀୟାର୍ଦ୍ଧ ଆରମ୍ଭରେ କିନ୍ତୁ ଭରା ଷ୍ଟାଡିୟମ କମ୍ପି ଉଠିଥିଲା। କାରଣ ପ୍ରଥମ ମିନିଟ୍‌ (୪୬ତମ)ରେ ହିଁ ଗୋଲ ସ୍କୋର କରିଥିଲେ ତାରକା ଷ୍ଟ୍ରାଇକର ସୁନୀଲ ଛେତ୍ରୀ। ନିଖିଲ ପୂଜାରୀ ଦକ୍ଷତାର ଅପୂର୍ବ ପ୍ରଦର୍ଶନ କରି ବଲ୍‌କୁ ଡାହାଣପଟେ ଥିବା ଲାଲିଆଞ୍ଜୁଲା ଚାଙ୍ଗ୍‌ଟେଙ୍କ ନିକଟକୁ ବଢ଼ାଇ ଦେଇଥିଲେ। ଚାଙ୍ଗ୍‌ଟେ ମଧ୍ୟ ବଲ୍‌କୁ ନେଇ ଆଗକୁ ବଢ଼ି ଗୋଲପୋଷ୍ଟ ନିକଟରେ ଛେତ୍ରୀଙ୍କ ନିକଟକୁ କ୍ରସ୍‌ ପାସ୍‌ ଦେଇଥିଲେ। ଛେତ୍ରୀ କୌଣସି ବିଳମ୍ବ ନ କରି ଏହାକୁ ଗୋଲରେ ପରିଣତ କରି ଭାରତକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଅନ୍ତର୍ଜାତୀୟ ଫୁଟ୍‌ବଲରେ ଏହା ଥିଲା ଛେତ୍ରୀଙ୍କର ୮୭ତମ ଗୋଲ। ଦର୍ଶକଙ୍କ କୋଳାହଳରେ ଉତ୍ସାହୀ ପ୍ରଦର୍ଶନ କରିଥିଲା ଭାରତ। ଲେବାନନ୍‌ ଗୋଲ ପରିଶୋଧ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ଖେଳାଳି ତାହା ହେବାକୁ ଦେଇ ନ ଥିଲେ। ଦ୍ୱିତୀୟାର୍ଦ୍ଧରେ ଅଧିକାଂଶ ସମୟ ବଲ୍‌ ଲେବାନନ୍‌ ହାଫ୍‌ରେ ରହିଥିଲା। ୬୬ତମ ମିନିଟ୍‌ରେ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପରିଣତ କରିଥିଲେ ଚାଙ୍ଗ୍‌ଟେ। ମହେଶ ସିଂ ନାଓରେମ ଏକ ଚମତ୍କାର ଶଟ୍‌ ଜରିଆରେ ବଲ୍‌କୁ ଲେବାନନ୍‌ ବକ୍ସରେ ପହଞ୍ଚାଇଥିଲେ। ଲେବାନନ୍‌ର ସାବେ କିନ୍ତୁ ବଲ୍‌କୁ ନିୟନ୍ତ୍ରଣ କରିପାରି ନ ଥିଲେ। ସେ ବଲ୍‌ ନିକଟରେ ପୁଣି ପହଞ୍ଚତ୍ବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କ ପୂର୍ବରୁ ଚାଙ୍ଗ୍‌ଟେ ପହଞ୍ଚତ୍ ଗୋଲପୋଷ୍ଟକୁ ପଠାଇ ଦେଇଥିଲେ।

୧୨,୬୦୦ ଦର୍ଶକ ଦେଖିଲେ ମ୍ୟାଚ୍‌

ଇଣ୍ଟର କଣ୍ଟିନେଣ୍ଟାଲ ଫୁଟ୍‌ବଲ ଫାଇନାଲ ଦେଖିବା ପାଇଁ ଷ୍ଟାଡିିୟମ ପାଖାପାଖି ଦର୍ଶକରେ ଭରିଯାଇଥିଲା। ଭାରତୀୟ ଦଳକୁ ଦର୍ଶକ ଭରପୂର ଉତ୍ସାହିତ କରିଥିଲେ। ଅଧିକାଂଶ ସମୟ ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନାମ ଉଚ୍ଚାରଣ କରିଥିଲେ ଫୁଟ୍‌ବଲପ୍ରେମୀ। ସେ ବଲ୍‌ ପାଇବା ମାତ୍ରେ ଛେତ୍ରୀ, ଛେତ୍ରୀ ଧ୍ୱନିରେ ଷ୍ଟାଡିୟମ କମ୍ପି ଉଠୁଥିଲା। ଷ୍ଟାଡିୟମରେ ଫାଇନାଲ ଦେଖିବା ପାଇଁ ୧୨,୬୦୦ ଦର୍ଶକ ଉପସ୍ଥିତ ଥିବା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri