Categories: ଖେଳ

ଗାନେମତ-ଅଙ୍ଗଦ ଯୋଡ଼ିଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୧ା୧୨ (ପି.ଟି.):ଯୁବ ଶୁଟର ଗାନେମତ ସେଖନ ଓ ତାଙ୍କ ପାର୍ଟନର ଅଙ୍ଗଦ ବୀର ସିଂ ବାଜଓ୍ବା ଏଠାରେ ଚାଲିଥିବା ନ୍ୟାଶନାଲ ଶୁଟିଂ ଚାମ୍ପିୟନଶିପ୍‌ରେ ମିକ୍ସଡ ଟିମ୍‌ ଟାଇଟଲ ହାସଲ କରିଛନ୍ତି। ପଞ୍ଜାବର ଏହି ଯୋଡ଼ି କ୍ୱାଲିଫିକେଶନ ରାଉଣ୍ଡରେ ୧୪୦ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସ୍ବର୍ଣ୍ଣ ପଦକ ମୁକାବିଲାରେ ସେମାନେ ରାଜସ୍ଥାନ ଯୋଡ଼ି ଦର୍ଶନ ରାଠୋର ଓ ଅନନ୍ତଜିତ୍‌ ସିଂ ନାରୁକାଙ୍କୁ ୪୭-୪୧ରେ ହରାଇ ଦେଇଛନ୍ତି। ଦର୍ଶନ ଓ ଅନନ୍ତଜିତ୍‌ କ୍ୱାଲିଫିକେଶନରେ ୧୩୮ ସ୍କୋର ସହ ପଞ୍ଜାବ ଯୋଡ଼ିକ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅଲିମ୍ପିଆନ ମୈରାଜ ଅହମଦ ଖାନ୍‌ ଓ ଆରିବା ଖାନ୍‌ ଉତ୍ତର ପ୍ରଦେଶ ପାଇଁ ବ୍ରୋଞ୍ଜ ପଦକ ଆଣି ଦେଇଛନ୍ତି। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ସେମାନେ ହରିୟାଣାର ସଞ୍ଜନା ସୁଦ୍‌ ଓ ଇଶାନ ସିଂ ଙ୍କୁ ୪୪-୩୮ରେ ହରାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଗାନେମତ ବୁଧବାର ତାଙ୍କର ପ୍ରଥମ ବ୍ୟକ୍ତିଗତ ଜାତୀୟ ସିନିୟର ମହିଳା ସ୍କିଟ୍‌ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୬୦ଶଟ୍‌ ବିଶିଷ୍ଟ ଫାଇନାଲରେ ସେ ୫୬ ଟାର୍ଗେଟ ହାସଲ କରିପାରିଥିଲେ।

Share