Categories: ଖେଳ

ଶ୍ରେୟା, ସୁୟଶଙ୍କୁ ଟାଇଟଲ୍‌

ଭୁବନେଶ୍ୱର,୪ା୧୨(ସରୋଜ ଜେନା): କେଟି ଗ୍ଲୋବାଲ ସ୍କୁଲରେ ଆୟୋଜିତ ଏମ୍‌ଓସିଏଫ୍‌ ଏଆଇଟିଏ ଓ ଟିଏ କେଟି ଗ୍ରାସରୁଟ୍‌ ଚାମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଛି। ବାଳିକା ସିଙ୍ଗଲ୍ସରେ ଶ୍ରେୟା ମହାପାତ୍ର ଓ ବାଳକ ସିଙ୍ଗଲ୍ସରେ ସୁୟଶ ପଟ୍ଟନାୟକ ବିଜୟୀ ହୋଇଛନ୍ତି। କେଟି ଗ୍ଲୋବାଲ ସ୍କୁଲ ଓ ମିଶନ ଅଲିମ୍ପିକ୍ସ ସ୍ପୋଟର୍‌ସ ଫାଉଣ୍ଡେଶନ୍‌ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ବାଳିକା ସିଙ୍ଗଲ୍ସ ଇଭେଣ୍ଟ ଫାଇନାଲରେ ଟପ୍‌ ସିଡ୍‌ ଶ୍ରେୟା ମହାପାତ୍ର ୬-୩ ଓ ୭-୫ରେ ଦ୍ୱିତୀୟ ସାଇ ରୂପୀ ସୌର୍ଯ୍ୟା ମହାନ୍ତିଙ୍କୁ ପରାସ୍ତ କରିଥିଲେ। ସେହିପରି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଦ୍ୱିତୀୟ ସିଡ୍‌ ସୂର୍ଯ୍ୟ ପଟ୍ଟନାୟକ ୩-୬, ୬-୨,୬-୨ରେ ଟପ୍‌ ସିଡ୍‌ ସୂର୍ଯ୍ୟ ପ୍ରତାପ ନାୟକଙ୍କୁ ପରାସ୍ତ କରିଥିଲେ। ପୂର୍ବତନ ପ୍ରଫେଶନାଲ ଏଟିପି ଟେନିସ୍‌ ଖେଳାଳି ଚିନ୍ମୟ ପ୍ରଧାନ ବିଜୟୀ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।

Share