Categories: ବାଣିଜ୍ୟ

ଟିକେଏମ୍‌ର ପାଇଲଟ ପ୍ରୋଜେକ୍ଟ ‘ଫ୍ଲେକ୍ସି-ଫୁଏଲ’

ନୂଆଦିଲ୍ଲୀ,୧୩।୧୦: ଦେଶର ପ୍ରମୁଖ ଚାରିଚକିଆ ନିର୍ମାତା ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ପକ୍ଷରୁ ଭାରତ ବଜାରରେ ଫ୍ଲେକ୍ସି ଇନ୍ଧନଭିତ୍ତିକ ହାଇବ୍ରିଡ୍‌ ଇଲେକ୍ଟ୍ରିକ ଭେଇକିଲ ଟେକ୍ନୋଲୋଜି ଉପରେ ପାଇଲଟ ପ୍ରୋଜେକ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଫ୍ଲେକ୍ସି ଇନ୍ଧନ- ଶକ୍ତିଶାଳୀ ହାଇବ୍ରିଡ୍‌ ଇଲେକ୍ଟ୍ରିକ ଯାନ ପ୍ରଯୁକ୍ତିବିଦ୍ୟା (ଏଫ୍‌ଏଫ୍‌ଭି-ଏସ୍‌ଏଚ୍‌ଇଭି)ର ଶୁଭାରମ୍ଭ କରାଯାଇଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକଳ୍ପ ଓ ଯାନର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ,ଭୂପିନ୍ଦର ଯାଦବ ଏବଂ ରମେଶ୍ୱର ତେଲିଙ୍କ ସମେତ ଟିକେଏମ୍‌ର ବରିଷ୍ଠ କାର୍ଯ୍ୟନିର୍ବାହୀ ମାସାକାଜୁ ୟୋସିମୁରା, ଏମ୍‌ଡି ତଥା ସିଇଓ ବିକ୍ରମ ଏସ୍‌ କିର୍ଲୋସ୍କର, ଉପାଧ୍ୟକ୍ଷ ବିକ୍ରମ ଗୁଲାଟି, କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ସୁଦୀପ ଏସ୍‌. ଡାଲ୍‌ଭି ପ୍ରମୁଖ ଉପସ୍ଥିତ ଥିଲେ। ଇଥାନଲ ଉତ୍ପାଦନର ବିପୁଳ ସମ୍ଭାବନାକୁ ଦୃଷ୍ଟିରେ ରଖି ଇ-୨୦ ପର୍ଯ୍ୟନ୍ତ ଫ୍ଲେକ୍ସି ଇନ୍ଧନ ଯାନ (ଏଫ୍‌ଏଫ୍‌ଭି) ପ୍ରଯୁକ୍ତିର ପ୍ରବର୍ତ୍ତନ ସହ ବହୁଗୁଣ ବୃଦ୍ଧି କରିପାରିବ। ଏହା ଉଚ୍ଚ ଇଥାନଲ ମିଶ୍ରଣକୁ ୨୦% ରୁ ୮୫% ପର୍ଯ୍ୟନ୍ତ ବ୍ୟବହାର କରିପାରିବ।

Share