କଟକ,୧୬।୧୦: ରାଜ୍ୟର ସର୍ବପୁରାତନ ତଥା ଜଣାଶୁଣା ଗାର୍ମେଣ୍ଟ ବ୍ୟବସାୟ ସଂସ୍ଥା ଟିଏମ୍ ଯୋଗେଶ ଟେକ୍ସଟାଇଲ ପ୍ରାଇଭେଟ ଲିମିଟେଡର ଏକ୍ସକ୍ଲୁସିଭ ଆଉଟଲେଟ ‘ଟିଏମ୍ ହୋଲ୍ସେଲ ଷ୍ଟୁଡିଓ’ ରବିବାର ଫୁଲନଖରା ନିକଟସ୍ଥ ଗ୍ରାଣ୍ଡ୍ ବଜାରରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଜୈନ ଶ୍ୱେତାମ୍ବର ତେରାପନ୍ଥ ମହାସଭାର ସଭାପତି ମନସୁଖଲାଲ ସେଠିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତେରାପନ୍ଥ ସଭାର ଅଧ୍ୟକ୍ଷ କଛରାଜ ଚୌତାଲା, ଲାଲାଜୀ ମୋହତା, ରାଜେନ୍ଦ୍ର ଲୁଣିଆ, ମୁକେଶ ଭାଲୁ, ଲଲିତ ପଟ୍ଟଓ୍ବାରୀ, ୟଶବନ୍ତ ଜୈନଙ୍କ ସମେତ ଅଖିଳ ଭାରତୀୟ ଅଗ୍ରଓ୍ବାଲ ସମ୍ମିଳନୀ ପୂର୍ବ ଓଡ଼ିଶାର ପ୍ରାନ୍ତୀୟ ଅଧ୍ୟକ୍ଷ ନଥମଲ ଚିନାନୀ, ଗଣେଶ କାଣ୍ଡୋଇ, ସୁରେଶ ପୋଦ୍ଦାର, ନନ୍ଦ କିଶୋର ଯୋଶୀ, ରାଜେଶ ଅଗ୍ରଓ୍ବାଲ, କମଲ ସିକାରିଆ, ଦିନେଶ ଯୋଶୀ, ରାଜକୁମାର ଶର୍ମା, ସୁଭାଷ କେଡିଆ,ଶ୍ରୀଲାଲ ମୋହତା,ସୁଭାଷ ଚନ୍ଦ୍ର ଗୁପ୍ତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ବିଶେଷ କରି ୧୦୦୦୦ ବର୍ଗ ଫୁଟ ପରିବ୍ୟାପ୍ତ ସ୍ଥାନରେ ଦେଶର ସମସ୍ତ ବ୍ରାଣ୍ଡେଡ ଏବଂ ନାମୀଦାମୀ କମ୍ପାନୀର ଶାଢ଼ି, ଧୋତି, ଚାଦର, ଲୁଙ୍ଗି ଏବଂ ଗାମୁଛା ସମେତ ସମସ୍ତ ବର୍ଗର ପୋଷାକ ସୁଲଭ ଓ ହୋଲ୍ସେଲ ଦରରେ ଉପଲବ୍ଧ ବୋଲି ଷ୍ଟୁଡିଓର ସ୍ବତ୍ୱାଧିକାରୀ ମୋହନଲାଲ ଜୈନ, ଯୋଗେଶ କୁମାର ଜୈନ ଏବଂ ବିନୟ କୁମାର ଜୈନ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଛନ୍ତି।