Categories: ଜାତୀୟ

‘୫୦୦ ଟଙ୍କାରେ ଭୋଟ କିଣୁଛନ୍ତି ମମତା’

କୋଲକତା,୩୦।୯: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମତଦାନ ଜାରି ରହିଛି। ଏହି ହାଇ ପ୍ରୋଫାଇଲ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭଜପାର ପ୍ରିୟଙ୍କା ଟିବ୍ରେୱାଲଙ୍କ ମଧ୍ୟରେ କଡ଼ା ଟକ୍କର ରହିଛି। ମତଦାନ ଚାଲିଥିବା ବେଳେ ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ, ଟିଏମସି କିଛି ଲୋକଙ୍କୁ ଭୋଟ ଦେବାକୁ ଟଙ୍କା ଦେଉଛି। ଜଣେ ବ୍ୟକ୍ତି ମୋ ଆଗରେ ଏକଥା ସ୍ବୀକାର କରିଛନ୍ତି ଯେ, ଭୋଟ ଦେବା ପାଇଁ ଟିଏମସି ତାଙ୍କୁ ୫୦୦ ଟଙ୍କା ଦେଇଛି। ସେ ବାଶଂଡ୍ରୋନିରୁ ଆସିଥିଲେ। ମୁଁ ଅଧିକାରୀମାନଙ୍କୁ ଏନେଇ ସୂଚନା ଦେଇଛି ବୋଲି ପ୍ରିୟଙ୍କା କହିଛନ୍ତି।
ଉପନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ସେଠାରେ ଧାରା ୧୪୪ ଲାଗୁ କରାଯାଇଛି। ଅକ୍ଟୋବର ୩ରେ ଫଳାଫଳ ଘୋଷଣା କରାଯିବ। ଭବାନୀପୁର ବ୍ୟତୀତ ଜାଙ୍ଗିପୁର, ସାମସେରଗଞ୍ଜ ବିଧାନସଭା ଆସନ ମଧ୍ୟ ପାଇଁ ମଧ୍ୟ ଭୋଟଗ୍ରହଣ ଚାଲିଛି।

Share