କରୋନାରେ ଟିଏମ୍‌ସି ପ୍ରାର୍ଥୀ ମୃତ

କୋଲକାତା, ୨୬ା୪: ଉତ୍ତର ୨୪ ପ୍ରଗଣା ଜିଲା ଖର୍ଦାହ ନିର୍ବାଚନମଣ୍ଡଳୀର ଟିଏମ୍‌ସି ପ୍ରାର୍ଥୀ କାଜଲ ସିହ୍ନାଙ୍କ ରବିବାର ପରଲୋକ ଘଟିଛି। ତାଙ୍କୁ ୫୯ ବର୍ଷ ହୋଇଥିଲା। ଦୁଇ ଦିନ ପୂର୍ବେ ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବାବେଳେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଶୋକବ୍ୟକ୍ତ କରିଛନ୍ତି। ସେ ତାଙ୍କ ଜୀବନ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିବା ମମତା କହିଛନ୍ତି। ଉକ୍ତ ନିର୍ବାଚନମଣ୍ଡଳୀରେ ଗତ ୨୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Share