Categories: ଜାତୀୟ

ଆଧାର ଲିଙ୍କ୍‌ କରିବାକୁ ବାଧ୍ୟ କରାଯାଉଛି: ଟିଏମ୍‌ସି ମୁଖପାତ୍ର

ନୂଆଦିଲ୍ଲୀ,୨୩।୮: ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ଲାଗି ଲୋକଙ୍କୁ ବାଧ୍ୟ କରାଯାଉଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖପାତ୍ର ସାକେତ ଗୋଖ୍‌ଲେ ଅଭିଯୋଗ କରିଛନ୍ତି। ଏଥିପାଇଁ ନିର୍ବାଚନ ଅଧିକାରୀମାନେ ଲୋକଙ୍କୁ ଡାକିବା ସହ ଚାପ ପକାଉଥିବା ଇଣ୍ଟରନେଟ ଫ୍ରିଡମ୍‌ ଫାଉଣ୍ଡେଶନର ଏକ ଟୁଇଟ୍‌କୁ ଦର୍ଶାଇ ଗୋଖ୍‌ଲେ କହିଛନ୍ତି। ନିର୍ବାଚନ କମିଶନ ଏହା ଉପରେ ସ୍ପଷ୍ଟୀକରଣ ଦେବା ସହ ତୁରନ୍ତ ଏହାକୁ ବନ୍ଦ କରନ୍ତୁ ବୋଲି ଟିଏମ୍‌ସି ନେତା କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ କମିଶନ (ଇସି)ଉକ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଭୋଟର ପରିଚୟପତ୍ରରେ ଆଧାର ନମ୍ବର ସଂଯୋଗ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ। ଏଥିପାଇଁ କାହାକୁ ବାଧ୍ୟ କରାଯାଉ ନାହିଁ ବୋଲି ଇସି କହିଛନ୍ତି।

Share