Categories: ଜାତୀୟ

ଟିଏମସି-କଂଗ୍ରେସର ଅପପ୍ରଚାର ଯୋଗୁ ମେଘାଳୟରେ ଆଶାନୁରୂପକ ଫଳ ମିଳିଲାନି:ଭାଜପା

ଶିଲଂ,୬।୩ : ମେଘାଳୟ ଭାଜପା ଅଧ୍ୟକ୍ଷ ଏର୍ନେଷ୍ଟ ମାଓ୍ବରି ସୋମବାର ଦାବି କରିଛନ୍ତି ଯେ ଟିଏମ୍‌ସି ଏବଂ କଂଗ୍ରେସ ତାଙ୍କ ଦଳ ବିରୋଧରେ ଖ୍ରୀଷ୍ଟିଆନ ବିରୋଧୀ ପ୍ରଚାର ଚଳାଇଛନ୍ତି। ଏହି ପ୍ରଚାର ଯୋଗୁଁ ତାଙ୍କ ଦଳ ସନ୍ତୋଷଜନକ ଫଳାଫଳ ପାଇପାରି ନାହିଁ। ଭାଜପା ସରକାର ଆସିବା ପରେ ମେଘାଳୟରେ ଗୋମାଂସ ଖାଇବା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଟିଏମ୍‌ସି ଏବଂ କଂଗ୍ରେସ ପ୍ରଚାର କରିଥିଲେ। ଫଳରେ ଭୋଟର ଭ୍ରମିତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ନଅ ବର୍ଷ ଧରି କ୍ଷମତାରେ ଅଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଖ୍ରୀଷ୍ଟିଆନ ବିରୋଧୀ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଦେଶରେ ଯଦି କୌଣସି ଖ୍ରୀଷ୍ଟିଆନ ବିରୋଧୀ ଘଟଣା ଘଟିଛି ତେବେ ତାହା କେବଳ କଂଗ୍ରେସ ଶାସିତ ରାଜ୍ୟରେ ହିଁ ଘଟିଛି।

ମେଘାଳୟର ଜନସାଧାରଣଙ୍କୁ ମିଥ୍ୟା କଥା କହି ଟିଏମସି ଏବଂ କଂଗ୍ରେସ ଭାଜପାର ଭୋଟ ବ୍ୟାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥିବା ସେ ଅଭିଯୋଗ କରିଛନ୍ତି।

Share