Categories: ଜାତୀୟ

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ନୂଆ ଦଳର ଏଣ୍ଟ୍ରି

କୋଲକାତା,୨୧।୧- ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ମାସେ ପୂର୍ବରୁ ରାଜ୍ୟରେ ଉଭା ହୋଇଛି ଏକ ନୂଆ ରାଜନୈତିକ ଦଳ। ଫୁରଫୁରା ଶରିଫ ଦରଘାର ଧର୍ମ ପ୍ରଚାରକ ଆବାସ ସିଦ୍ଦିକି ଇଣ୍ଡିଆନ ସେକୁଲାର ଫ୍ରଣ୍ଟ (ଆଇଏଫ୍‌ଏସ୍‌) ନାମକ ଦଳ ଗଠନ କରିଛନ୍ତି। ଧର୍ମ ପ୍ରଚାରକରୁ ରାଜନେତା ପାଲଟିଥିବା ଆବାସଙ୍କ ଦଳର ଅଧ୍ୟକ୍ଷ ହେଉଛନ୍ତି ତାଙ୍କ ଭାଇ ନାଉସାଦ ସିଦ୍ଦିକି।

ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାସିଙ୍କ ସହ ଆଲୋଚନା କରିବାର କିଛି ସପ୍ତାହ ପରେ ଆବାସ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ଆବାସ କହିଛନ୍ତି, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ରାଜ୍ୟରେ ମୁସଲମାନଙ୍କ ପାଇଁ କିଛି କରିନାହିଁ। ବର୍ତ୍ତମାନ ଆମେ ୨୯୪ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛୁ। କିନ୍ତୁ ଆମେ କିଙ୍ଗ୍‌ ମେକର ହେବାକୁ ଚାହୁଁ। ମୁସଲମାନ, ଦଳିତ ଓ ଗରିବ ଲୋକଙ୍କ ଉନ୍ନତି ପାଇଁ ଯଥାସମ୍ଭବ କାର୍ଯ୍ୟ କରିବୁ।

ଆବାସଙ୍କ ଘୋଷଣା ପରେ ମମତାଙ୍କ ଚିନ୍ତା ବଢ଼ିବା ସ୍ବାଭାବିକ। କାରଣ ଭାଜପା ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଟିଏମ୍‌ସିକୁ ଭୋଟ ଦେଉଥିବା ମୁସଲମାନଙ୍କ ସଂଖ୍ୟା ରାଜ୍ୟରେ ଅଧିକା। କିନ୍ତୁ ଏଆଇଏମ୍‌ଆଇଏମ୍‌ ଓ ଆଇଏଫ୍‌ଏସ୍‌ର ଏଣ୍ଟ୍ରି ଯୋଗ ମୁସଲମାନ ଭୋଟରଙ୍କ ସଂଖ୍ୟା ହ୍ରାସ ନିଶ୍ଚିତ। ସେପେଟେ କଂଗ୍ରେସ ଓ ବାମ ଦଳ ଟିଏମ୍‌ସିର ହାତ ଧରିବାକୁ ମନା କରି ଦେଇଛନ୍ତି।

Share