Categories: ଜାତୀୟ

ପରଲୋକରେ ମନ୍ତ୍ରୀ ସୁବ୍ରତ ଶାହା

କୋଲକାତା,୨୯ା୧୨: ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ଟିଏମ୍‌ସି ନେତା ସୁବ୍ରତ ଶାହାଙ୍କର ମୁର୍ସିଦାବାଦ ଜିଲାରେ ଗୁରୁବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୬୯ ବର୍ଷ ହୋଇଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ସୁବ୍ରତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୋର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଧଘଣ୍ଟାଏ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସାଗରଦିଘି ବିଧାନସଭାରୁ ୩ ଥର ଜିତିଥିବା ସୁବ୍ରତ ନିକଟରେ ଗଲ୍‌ ବ୍ଲଡର ଅସ୍ତ୍ରୋପଚାର କରାଇଥିଲେ। ତାଙ୍କ ପରଲୋକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ଧରି ସୁବ୍ରତ ବାବୁଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରହିଥିଲା। ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ ସର୍ବଦା ଅତୁଳନୀୟ। ତାଙ୍କ ବିୟୋଗ ରାଜନୈତିକ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି ମମତା କହିଛନ୍ତି।

Share