Categories: ଜାତୀୟ

ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଗିରଫ ହେଲେ ସାକେତ୍‌ ଗୋଖଲେ

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ମୁଖପାତ୍ର ସାକେତ୍‌ ଗୋଖଲେଙ୍କୁ ଗୁରୁବାର ଜାମିନ ମିଳିବାର କିଛି ଘଣ୍ଟା ପରେ ପୁଣି ଥରେ ଗିରଫ କରାଯାଇଛି। ଏନେଇ ଟିଏମ୍‌ସିର ରାଜ୍ୟସଭା ସଦସ୍ୟ ଡେରେକ୍‌ ଓ ବ୍ରାୟନ୍‌ ସୂଚନା ଦେଇଛନ୍ତି। ଡେରେକ୍‌ ଟୁଇଟ କରି କହିଛନ୍ତି, ସାକେତଙ୍କୁ ଜାମିନ ମିଳିବା ପରେ ଗୁଜରାଟ ପୋଲିସ ତାଙ୍କୁ ପୁଣି ଥରେ ନିର୍ଯାତନା ଦେଉଛି। ଏହା ଏକ ନିନ୍ଦନୀୟ ଘଟଣା ବୋଲି ଡେରେକ ଓ ବ୍ରାୟନ କହିଛନ୍ତି। ସୂଚନାଯୋଗ୍ୟ, ଗୁଜରାଟର ମୋର୍ବି ବ୍ରିଜ୍‌ ଭୁଶୁଡ଼ିବା ଘଟଣାକୁ ନେଇ ସେ କରିଥିବା ବିବାଦୀୟ ଟୁଇଟ୍‌ ପାଇଁ ଦୁଇଦିନ ତଳେ ଗୁଜରାଟ ପୋଲିସ ତାଙ୍କୁ ରାଜସ୍ଥାନରୁ ଗିରଫ କରିଥିଲା। ଗିରଫଦାରିକୁ ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।

Share