Categories: ଜାତୀୟ

ନିଖୋଜ ହେବାର ଅଭିଯୋଗ ପରେ ମୁକୁଲ ରୟଙ୍କ ଆସିଲା ପ୍ରତିକ୍ରିୟା, କହିଲେ ମୁଁ ଦିଲ୍ଲୀରେ ଅଛି…

ନୂଆଦିଲ୍ଲୀ,୧୮।୪: ବରିଷ୍ଠ ଟିଏମ୍‌ସି ନେତା ମୁକୁଲ ରୟଙ୍କ ନିଖୋଜ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏହି ସମୟରେ ଗଣମାଧ୍ୟମକୁ ମୁକୁଲ ରୟ ନିଜେ ସୂଚନା ଦେଇ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ କାମ ପାଇଁ ଦିଲ୍ଲୀ ଆସିଛି। ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ନାହିଁ।

ରୟ କହିଛନ୍ତି, ମୁଁ ବହୁ ବର୍ଷ ଧରି ସଂସଦର ସଦସ୍ୟ ଥିଲି। ମୁଁ କ’ଣ ଦିଲ୍ଲୀ ଆସିପାରିବି ନାହିଁ? ଏହାପୂର୍ବରୁ ମଧ୍ୟ ମୁଁ ନିୟମିତ ଭାବେ ଦିଲ୍ଲୀ ଆସୁଥିଲି। ଯଦିଓ ରୟ ଦିଲ୍ଲୀ ଯିବାର କାରଣ ସ୍ପଷ୍ଟ କରିନାହାଁନ୍ତି, ତଥାପି ପଶ୍ଚିମବଙ୍ଗ ରାଜନୀତି ତାଙ୍କର ପରବର୍ତ୍ତୀ ପଦକ୍ଷେପ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ସୋମବାର ସାରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯାଇଥିଲେ। ରାତି ୯.୫୫ରେ ଦିଲ୍ଲୀରେ ଫ୍ଲାଇଟ ଲ୍ୟାଣ୍ଡ କରିବାର ଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ବିଷୟରେ କିଛି ଜଣାପଡିନାହିଁ। ଫ୍ଲାଇଟ ଲ୍ୟାଣ୍ଡ କରିବା ପରେ ମୁକୁଲ ରୟ ସେଥିରୁ ଓହ୍ଲାଇ କେଉଁଆଡେ ଗଲେ ନା ତାଙ୍କ ସହ ଆଉ କିଛି ଅଘଟଣ ଘଟିଛି ସେ ନେଇ କିଛି ସୂଚନା ମିଳିପାରୁନି ବୋଲି ପୁଅ ଅଭିଯୋଗ କରିଥିଲେ।

Share