Categories: ଜାତୀୟ

ଟିଏମ୍‌ସି ନେତା ମୁକୁଲ ରୟ ନିଖୋଜ, ଅଭିଯୋଗ ଆଣିଲେ ପୁଅ

କୋଲକାତା,୧୮।୪: ପୂର୍ବତନ ରେଳମନ୍ତ୍ରୀ ତଥା ବରିଷ୍ଠ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ମୁକୁଲ ରୟ ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ମୁକୁଲଙ୍କ ପୁଅ ଶୁଭ୍ରାଂଶୁ ରାୟ। ସେ କହିଛନ୍ତି, ସୋମବାର ସାରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯାଇଥିଲେ। ରାତି ୯.୫୫ରେ ଦିଲ୍ଲୀରେ ଫ୍ଲାଇଟ ଲ୍ୟାଣ୍ଡ କରିବାର ଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ବିଷୟରେ କିଛି ଜଣାପଡିନାହିଁ। ଫ୍ଲାଇଟ ଲ୍ୟାଣ୍ଡ କରିବା ପରେ ମୁକୁଲ ରୟ ସେଥିରୁ ଓହ୍ଲାଇ କେଉଁଆଡେ ଗଲେ ନା ତାଙ୍କ ସହ ଆଉ କିଛି ଅଘଟଣ ଘଟିଛି ସେ ନେଇ କିଛି ସୂଚନା ମିଳିପାରୁନି ।

ମିଳିଥିବା ସୂଚନାନୁଯାୟୀ, ମୁକୁଲ ରୟଙ୍କ ସହ ପୁଅ ଶୁଭ୍ରାଂଶୁଙ୍କର କିଛି ଯୁକ୍ତିତର୍କ ହୋଇଥିଲା। ଏହା ପରେ ମୁକୁଲ ରୟ ଚାଲ ଯାଇଥିଲେ ଏବଂ ତାଙ୍କ ବିଷୟରେ କିଛି ଖବର ମିଳିନାହିଁ। ନିଖୋଜ ହେବା ପରେ ପରିବାରଲୋକ ବିମାନବନ୍ଦର ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ଆସିନାହିଁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ପାଇଛି।

Share