କୋଲକତା,୭।୧୨: ପଶ୍ଚିମବଙ୍ଗରେ ଶାସକ ଟିଏମସିକୁ ନେଇ ଏକ ନୂଆ ବିବାଦ ଦେଖାଦେଇଛି। ରାଜ୍ୟର ମାଲଦା ଜିଲାର ଏକ ସରକାରୀ କାର୍ଯ୍ୟାଳୟରେ ଟିଏମସି ନେତ୍ରୀ ମୃଣାଳିନୀ ମଣ୍ଡଳ ମୌତି ବସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ସେ ହାତରେ ପିସ୍ତଲ ଧରି ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି। ଏହାକୁ ନେଇ ରାଜନୈତିକ ବିବାଦ ଉପୁଜିଛି। ମୃଣାଳିନୀ ପୁରୁଣା ମାଲଦା ପଞ୍ଚାୟତ ସମିତିର ସଭାପତି। ସେ ଟିଏମସିର ଜିଲା ମହିଳା ୱିଙ୍ଗର ସଭାପତି ମଧ୍ୟ ଅଛନ୍ତି।
ଏ ନେଇ ଭାଜପା ଟିଏମସିକୁ ଟାର୍ଗେଟ କରିଛି। ଭାଜପା କହିଛି ଯେ, ଶାସକ ଦଳ ରାଜ୍ୟକୁ ବିସ୍ଫୋରକ ସାମଗ୍ରୀର ଗୋଦାମରେ ପରିଣତ କରିଛି। ଚାକିରି ହରାଇବା ଭୟରେ ପୋଲିସ ଏହାର ଦାୟିତ୍ୱ ତୁଲାଉନାହିଁ ବୋଲି ଭାଜପାର ମାଲଦା ଜିଲା ସଭାପତି ଗୋବିନ୍ଦ ଚନ୍ଦ୍ର ମଣ୍ଡଳ କହିଛନ୍ତି। ଅନ୍ୟପକ୍ଷରେ ପୋଲିସ ଏହି ଘଟଣାର ତଦନ୍ତ କରିବ ବୋଲି ଟିଏମସି କହିଛି।