Categories: ଜାତୀୟ

ଟିଏମ୍‌ସି ନେତାଙ୍କୁ ଗୁଳିକରି ହତ୍ୟା : ଆକ୍ରମଣକାରୀଙ୍କୁ ଲୋକେ ପିଟି ମାରିଦେଲେ

କୋଲକାତା,୧୩ା୧୧: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ଜୟନଗରରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ସ୍ଥାନୀୟ ନେତାଙ୍କୁ ସୋମବାର ସକାଳେ ଗୁଳିକରି ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଉକ୍ତ ଆକ୍ରମଣକାରୀଙ୍କୁ ପିଟି ମାରିଦେଇଛନ୍ତି। ଜୟନଗରର ବାମୁଗାଚିର ଟିଏମ୍‌ସି ସଭାପତି ଥିବା ସୈଫୁଦ୍ଦିନ ଲସ୍କରଙ୍କୁ ତାଙ୍କ ବାସଭବନ ନିକଟରେ ଅଜଣା ବ୍ୟକ୍ତି ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସୈଫୁଦ୍ଦିନ୍‌ଙ୍କ ସମର୍ଥକମାନେ ଗୋଡ଼ାଇ ଜଣେ ଆକ୍ରମଣକାରୀଙ୍କୁ ଧରିବା ପରେ ତାଙ୍କୁ ନିର୍ଘାତ ପିଟିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି। ସିପିଆଇ(ଏମ୍‌)ର ସମର୍ଥକମାନେ ସୈଫୁଦ୍ଦିନ୍‌ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସୈଫୁଦ୍ଦିନଙ୍କ ସମର୍ଥକମାନେ ଆକ୍ରମଣକାରୀଙ୍କ ଘର ଭାଙ୍ଗିବା ସହ ନିଆଁ ଲଗାଇଦେଇଥିବା ସିପିଆଇ(ଏମ୍‌) ସମର୍ଥକମାନେ କହିଛନ୍ତି।

Share