Categories: ଜାତୀୟ

ମମତାଙ୍କୁ ଧମକ ଦେଲେ ଟିଏମସି ବିଧାୟକ ଅବଦୁଲ କରିମ

କୋଲକାତା,୧୭।୭: ତ୍ରୁଣ ମୂଳ କଂଗ୍ରେସ(ଟିଏମସି)ର ଜଣେ ବିଧାୟକ ରବିବାର ନିଜ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ବିରୋଧୀମାନଙ୍କ ଦ୍ୱାରା ତାଙ୍କ ପରିଚିତ ଲୋକଙ୍କ ଉପରେ ଅତ୍ୟାଚାର ଜାରି ରଖନ୍ତି ତେବେ ସେ ଭବିଷ୍ୟତରେ ପଶ୍ଚିମବଙ୍ଗ ବିଧାନସଭାରେ ସରକାରଙ୍କ କୌଣସି ବିଲକୁ ସମର୍ଥନ କରିବେ ନାହିଁ । ସେ ଆଗାମୀ ରାଜ୍ୟ ସଭା ନିର୍ବାଚନ ସମୟରେ ଭୋଟ ଦେବା ଠାରୁ ଦୂରରେ ରହିବାକୁ ମଧ୍ୟ କହିଛନ୍ତି।
ଇସଲାମପୁର ବିଧାୟକ ଅବଦୁଲ କରିମ ଚୌଧୁରୀ ଉତ୍ତର ଦିନାଜପୁର ଜିଲ୍ଲାର ଇସଲାମପୁର ସବ-ଡିଭିଜନର ଅନେକ ବ୍ଲକ ପରିଦର୍ଶନ କରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି, ଯେଉଁଠାରେ ତାଙ୍କର ନିକଟତମ ବନ୍ଧୁମାନେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୁଲାଇ ୧୧ରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିରୋଧୀ ଦଳର ସମର୍ଥକମାନେ ସେମାନଙ୍କ ନିକଟତମ ପ୍ରାର୍ଥୀଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଛି।

Share