Categories: ଜାତୀୟ

ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ, ୮ ବିଲ୍‌ ଖାରଜକୁ ନେଇ ସୁପ୍ରିମ୍‌କୋର୍ଟ ଗଲେ ସରକାର

ନୂଆଦିଲ୍ଲୀ, ୧୨।୦୭: ପଶ୍ଚିମବଙ୍ଗରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ମମତାଙ୍କ ସରକାର ଦେଇଥିବା ୮ ପ୍ରସ୍ତାବକୁ ଖାରଜ କରିବା ନେଇ ବିବାଦ ତେଜିଛି । ତୃଣମୂଳ କଂଗ୍ରେସ ସରକାର ଏନେଇ ରାଜ୍ୟପାଳଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟର ଦ଼୍ବାରସ୍ଥ ହୋଇଛନ୍ତି ।

ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ଆସ୍ଥା ଶର୍ମା କୋର୍ଟରେ ଦାଖଲ ହୋଇଥିବା ଯାଚିକାରେ ଦେଶର ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଏସଂକ୍ରାନ୍ତରେ ତତ୍କାଳ ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି । ଯାଚିକାରେ କୁହାଯାଇଛି ଯେ ରାଜ୍ୟପାଳ ବିନା କୌଣସି କାରଣରେ ବିଲ୍‌ ଖାରଜ କରିଛନ୍ତି । ଏହା ଗଣତନ୍ତ୍ର ଶାସନ ପ୍ରାଣାଳୀକୁ ଦୁର୍ବଳ କରୁଛି । ରାଜ୍ୟପାଳଙ୍କ ଏହି କାର୍ଯ୍ୟାନୁଷ୍ଠାନ ସମ଼୍ବିଧାନର ଅନୁଚ୍ଛେଦ ୨୦୦ର ଉଲଂଘନ କରୁଛି ବୋଲି ରାଜ୍ୟ ସରକାର ଏହି ଯାଚିକାରେ ଦର୍ଶାଇଛନ୍ତି ।

Share