Categories: ଜାତୀୟ

‘ମିମିକ୍ରି ହେଉଛି ଏକ କଳା, ପ୍ରଧାନମନ୍ତ୍ରୀ ମଧ୍ୟ ଏଭଳି କରିଛନ୍ତି’, ସଫେଇ ଦେଲେ ଟିଏମ୍‌ସି ନେତା

ନୂଆଦିଲ୍ଲୀ,୨୦।୧୨: ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମିମିକ୍ରି କରି ବିବାଦରେ ଛନ୍ଦି ହୋଇପଡିଥିବା ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ବୁଧବାର ସଫେଇ ଦେଇଛନ୍ତି। ସେ କହିଛନ୍ତି, ମୁଁ କାହାକୁ ଆଘାତ ପହଞ୍ଚାଇବାକୁ ଚାହିଁନି। ଧନଖର ଜୀ ମୋ ଠାରୁ ବୟସରେ ବଡ। ମୁଁ ଜାଣିପାରୁନାହିଁ କି ସେ କାହିଁକି ଏହାକୁ ନିଜ ଉପରକୁ ନେଉଛନ୍ତି। ଯଦି ସେ ଏହାକୁ ନିଜ ଉପରକୁ ନେଇଛନ୍ତି, ତେବେ ସେ କାହିଁକି ରାଜ୍ୟ ସଭାରେ ଏହିପରି ବ୍ୟବହାର କରୁଛନ୍ତି।

ଏହି ସମୟରେ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମକୁ ଏହା ଭିତରକୁ ଆଣିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଲୋକ ସଭାରେ ମଧ୍ୟ ମିମିକ୍ରି କରିଥିଲେ। ମୁଁ ଏହାର ଭିଡିଓ ମଧ୍ୟ ଦେଖାଇ ପାରିବି। ବାନାର୍ଜୀ କହିଛନ୍ତି , ପ୍ରଧାନମନ୍ତ୍ରୀ ୨୦୧୪ ଏବଂ ୨୦୧୯ରେ ଏହା କରିଛନ୍ତି। ମୋର ମାମଲାକୁ କାହିଁକି ଏତେ ଗମ୍ଭୀରତାର ସହିତ ନିଆଯାଇଛି, ମୁଁ ଜାଣିପାରୁନାହିଁ।

ଅନ୍ୟପଟେ ଟିଏମ୍‌ସି ନେତା ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଅଭିଷେକ ଗୌତମ ନାମକ ଜଣେ ଓକିଲ ଡିଫେନ୍ସ କଲୋନୀ ପୋଲିସ ଷ୍ଟେଶନରେ ଅଭିଯୋଗ ଆଣିଛନ୍ତି। ଯାହାକୁ ଆଧାର କରି ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି।

Share