Categories: ଜାତୀୟ

ମହୁଆଙ୍କ ସପକ୍ଷରେ ବାହାରିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୬।୧୦:  ଭାଜପା ଏମପି ନିଶିକାନ୍ତ ଦୁବେ ତ୍ରୁଣ ମୂଳ କଂଗ୍ରେସ (ଟିଏମସି)ଏମପି ମହୁଆ ମୋଇତ୍ରଙ୍କୁ ପ୍ରଶ୍ନ ପଚାରି ନଗଦ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ତଦନ୍ତ ପାଇଁ ତଦନ୍ତ କମିଟି ଗଠନ କରିବାକୁ ଦୁବେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅନୁରୋଧ କରିଛନ୍ତି। ଏଥି ସହ ଭାଜପା ଏମପିଙ୍କ ଏହି ଅଭିଯୋଗ ଉପରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ ସୋମବାର କହିଛନ୍ତି ଯେ ଏହା ଭାଜପାର ଟିଏମସି ନେତାଙ୍କୁ ହତାଶ କରିବାର ପ୍ରୟାସ।

ନ୍ୟୁଜ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା ବେଳେ ରାଉତ କହିଛନ୍ତି, ଆଦାନୀ (ଗୌତମ ଆଦାନୀ) ସମେତ କୌଣସି ଶିଳ୍ପପତିଙ୍କ ଉପରେ ପ୍ରଶ୍ନ ଉଠାଇ ଭାଜପା ହଜମ କରିପାରିବ ନାହିଁ, ସେଥିପାଇଁ ସେମାନେ ଏପରି ଅଭିଯୋଗ କରୁଛନ୍ତି। ସେ କହିଛନ୍ତି, ମହୁଆ ମୋଇତ୍ର ଟିଏମସିର ଜଣେ ପ୍ରମୁଖ ନେତା ଏବଂ ଭାଜପା ତାଙ୍କୁ ହତାଶ କରିବାକୁ ଚେଷ୍ଟା କରୁଛି। ମହୁଆ ଜଣେ ଯୋଦ୍ଧା ମହିଳା, ମୁଁ ତାଙ୍କୁ ଜାଣେ ଯେ ସେ ଏଭଳି ଅଭିଯୋଗରୁ ପଛଘୁଞ୍ଚା ଦେବେ ନାହିଁ।

Share