Categories: ଜାତୀୟ

କରୋନାଠାରୁ ବି ମାରାତ୍ମକ ଭାଇରସ ହେଉଛି ଭାଜପା: ନୁସରତ

କୋଲକାତା,୧୫ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେଠାରୁ କିନ୍ତୁ ପରସ୍ପର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ସମୟରେ ଶାସକ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ବସିରହାଟର ଏମ୍‌ପି ନୁସରତ ଜହାଁ ଭାରତୀୟ ଜନତା ପାର୍ଟି(ଭାଜପା)କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାଜପା କରୋନା ଭାଇରସଠାରୁ ବି ମାରାତ୍ମକ ଭାଇରସ । ସେ ଆହୁରି ମଧ୍ୟ କହିଛନ୍ତି ଭାଜପା ଦେଶରେ ଦଙ୍ଗା ସୃଷ୍ଟି କରୁଛି । ଏହାସହ ଯଦି ଭାଜପା କ୍ଷମତାକୁ ଆସିଲା ତେବେ ମୁସଲମାନଙ୍କ ଓଲଟା ଦିନ ଆରମ୍ଭ ହୋଇଯିବ । ସୂଚନାଯୋଗ୍ୟ, ନୁସରତ ଉତ୍ତର ୨୪ ପ୍ରଗଣାରେ ମୁସଲିମ ବହୁଳ ଅଞ୍ଚଳ ଦେଗଙ୍ଗାରେ ନିର୍ବାଚନ ପ୍ରଚାର କରିବା ସମୟରେ ଭାଜପାକୁ କରୋନା ଭାଇରସଠାରୁ ବି ମାରାତ୍ମକ ବୋଲି କହିଛନ୍ତି । ଆପଣମାନେ ଆପଣଙ୍କ ଆଖି ଖୋଲା ରଖିଥାଆନ୍ତୁ କାରଣ ଭାଜପା ଭଳି ମାରାତ୍ମକ ଭାଇରସ ଘୁରି ବୁଲୁଛି । ଏହା ଦଳ, ଧର୍ମ ମଧ୍ୟରେ ଭେଦଭାବ ସୃଷ୍ଟ କରୁଛି ଓ ଲୋକଙ୍କ ମଧ୍ୟରେ ଦଙ୍ଗା କରୁଛି ।

Share