Advertisement
Categories: ଜାତୀୟ

ନୁସରତଙ୍କୁ ଇଡିର ପଚରାଉଚରା

କୋଲକାତା,୧୨।୯: ଟିଏମସି ଏମ୍‌ପି ନୁସରତ ଜାହାଁଙ୍କୁ ଇଡି ପଚରାଉଚରା କରୁଛି। କୋଲକାତାର ଇଡି କାର୍ଯ୍ୟାଳୟରେ ଠକେଇ ମାମଲାରେ ନୁସରତଙ୍କ ପଚରାଉଚରା ଚାଲିଥିବା ସୂଚନା ମିଳିଛି। ନିକଟରେ ନୁସରତଙ୍କୁ ହାଜର ହେବା ପାଇଁ ଇଡି ସମନ ଜାରି କରିଥିଲା।

ଖବର ଅନୁଯାୟୀ, ସେ ସହରର ନ୍ୟୁ ଟାଉନରେ ଫ୍ଲାଟ ପ୍ରତିଶ୍ରୁତି ଦେଇ ବରିଷ୍ଠ ନାଗରିକଙ୍କୁ ଠକିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ସେପ୍ଟେମ୍ବର ୨ରେ ନୁସରତ ଉକ୍ତ ମାମଲାରେ ଇଡି ସମ୍ମୁଖରେ ହାଜର ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share