Categories: ଜାତୀୟ

ପାର୍ଲାମେଣ୍ଟରେ ରିପୋର୍ଟ ଚିରିବା ଘଟଣା: ଟିଏମ୍‌ସି ଏମ୍‌ପି ରାଜ୍ୟ ସଭାରୁ ନିଲମ୍ବିତ

ନୂଆଦିଲ୍ଲୀ,୨୩।୭: ପେଗାସସ ମାମଲାକୁ ନେଇ ଉଠିଥିବା ଝଡ ପାର୍ଲାମେଣ୍ଟକୁ ଏକପ୍ରକାର ଅଚଳ କରିଦେଇଛି। ଏସବୁ ଭିତରେ ପାର୍ଲାମେଣ୍ଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଥିଲା। ରାଜ୍ୟ ସଭାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ ସ୍ପାଏଓ୍ବେର୍‌ ସମ୍ପର୍କରେ ବିବୃତି ରଖୁଥିବାବେଳେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ଶାନ୍ତନ୍ତୁ ସେନ୍‌ ତାଙ୍କ ହାତରୁ ରିପୋର୍ଟ ଛଡାଇ ନେଇ ଚିରି ଦେଇଥିଲେ। ଏହି ରିପୋର୍ଟ ଚିରିବା ଘଟଣାରେ ଶୁକ୍ରବର ଟିଏମ୍‌ସି ଏମ୍‌ପି ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ଗୃହ ଆରମ୍ଭ ହେବା କ୍ଷଣି ସରକାରଙ୍କ ପକ୍ଷରୁ ଶାନ୍ତନ୍ତୁ ସେନ୍‌ଙ୍କୁ ନିଲମ୍ବନ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହାକୁ ନେଇ ଗୃହରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ ଶାନ୍ତନୁଙ୍କୁ ସଭାପତି ନିଲମ୍ବନ ଆଦେଶ ଦେଇଥିଲେ। ଗୃହରୁ ତାଙ୍କୁ ଯିବାକୁ କୁହାଯାଇଥିଲା। ପୂର୍ବାହ୍ନ ୧୨ ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖାଯାଇଛି।

Share