Categories: ଜାତୀୟ

ରାଜ୍ୟ ସଭାରୁ ନିଲମ୍ବିତ ହେଲେ ଟିଏମସି ଏମପି

ନୂଆଦିଲ୍ଲୀ,୧୪।୧୨: ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଏମପି ଡେରେକ ଓ’ବ୍ରାୟନଙ୍କୁ ଶୀତକାଳିନ ଅଧିବେଶନର ଶେଷ ଭାଗରୁ ସସପେଣ୍ଡ କରି ଦିଆଯାଇଛି। ଓ’ବ୍ରାଇନ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ବୁଧବାର ଅପରାହ୍ନରେ ଲୋକ ସଭାରେ ସୁରକ୍ଷା ବନ୍ଦ ହେବା ପରେ ସଂସଦର କାର୍ଯ୍ୟ ଗୁରୁବାର ପୁଣି ଥରେ ଆରମ୍ଭ ହୋଇଥିଲା। ଏହି ସମୟରେ ଓ’ବ୍ରାୟନ ରାଜ୍ୟସଭାର ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଆରମ୍ଭ କରିଥିଲେ, ଯାହା ଉପରେ ତାଙ୍କୁ ଗୃହରୁ ବାହାରକୁ ଯିବାକୁ କୁହାଯାଇଥିଲା।

ସୂଚନାଯୋଗ୍ୟ, ଡେରେକ ଓ’ବ୍ରାୟନ ସଂସଦର ନିରାପତ୍ତା ଉପରେ ଆଲୋଚନା ପାଇଁ ଦାବି କରିଥିଲେ। କିନ୍ତୁ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଟିଏମସି ଏମପିଙ୍କ ନାମ ନେଇ ତୁରନ୍ତ ତାଙ୍କୁ ଗୃହରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଧନଖଡ କହିଛନ୍ତି, ଡେରେକ ଓ’ବ୍ରାୟନଙ୍କୁ ତୁରନ୍ତ ଗୃହରୁ ବାହାରକୁ ଯିବାକୁ କୁହାଯାଇଛି। ସେ କହିଛନ୍ତି ଯେ ସେ ଅଧ୍ୟକ୍ଷଙ୍କୁ ଅବମାନନା କରିବେ। ଡେରେକ ଓ’ବ୍ରାୟଇନ କହିଛନ୍ତି ଯେ ସେ ନିୟମକୁ ସମ୍ମାନ କରିବେ ନାହିଁ। ଏହା ଏକ ଗମ୍ଭୀର କଦାଚାର। ଏହା ଏକ ଲଜ୍ଜାଜନକ ଘଟଣା। ତେବେ ଏମପିଙ୍କ ଆଚରଣ ଭଲ ନୁହେଁ ବୋଲି ଅଧ୍ୟକ୍ଷ କହିଛନ୍ତି।

Share