Categories: ଜାତୀୟ

କଂଗ୍ରେସ ଛାଡି ଟିଏମ୍‌ସିରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ରାଜ୍ୟ ସଭା ପଠାଇବେ ମମତା

କୋଲକାତା,୧୪ ।୯: ଗତ ମାସରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ଯୋଗ ଦେଇଥିବା ସୁସ୍ମିତା ଦେବଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଭା ପ୍ରାର୍ଥୀ କରିଛନ୍ତି । ତୃଣମୂଳ କଂଗ୍ରେସର ଟୁଇଟରରେ ଉଲ୍ଲେଖ କରାଯାଇଛି କି ମହିଳାଙ୍କୁ ସଶକ୍ତ କରିବା ପାଇଁ ଓ ରାଜନୀତିରେ ସେମାନଙ୍କ ରଅଧିକରୁ ଅଧିକ ଭାଗିଦାରି ସୁନିଶ୍ଚିତ କରିବା ମମତା ବାନାର୍ଜୀଙ୍କ ଭିଜନ । ଏହାଦ୍ୱାରା ଆମ ସମାଜକୁ ଅଧିକ ସାହାଯ୍ୟ ମିଳିପାରିବ । ସୂଚନାଯୋଗ୍ୟ, ସୁସ୍ମିତା ଦେବ ୧୬ ଅଗଷ୍ଟରେ କଂଗ୍ରେସ ଛାଡି ଟିଏମ୍‌ସିରେ ଯୋଗ ଦେଇଥିଲେ । ଏବେ ସେ ଦଳର ଜନାଧାରକୁ ମଜଭୁତ କରିବାକୁ ଲାଗିପଡିଛନ୍ତି ।

Share