Categories: ଜାତୀୟ

କୃଷକଙ୍କ ସହ ଛିଡ଼ା ହେବ ଟିଏମ୍‌ସି

କୋଲକାତା,୯।୬ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବୁଧବାର ଭେଟିଛନ୍ତି ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାଏତ। ବୈଠକରେ ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଦେବା ଲାଗି ଆଶ୍ୱାସନା ଦେଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ। ଚାଷୀଙ୍କ ସମସ୍ତ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ ଦେବୁ। ବିବାଦୀୟ ୩ କୃଷି ଆଇନ ବିରୋଧରେ ଆମେ ଏକ ସଂକଳ୍ପ ପାରିତ କରିଛୁ। ଆମେ ଚାଷୀଙ୍କ ସହ ଅଛୁ ବୋଲି ମମତା ମାନାର୍ଜୀ କହିଛନ୍ତି।

ଶିଳ୍ପନୁଷ୍ଠାନଗୁଡ଼ିକ ସଂଘର୍ଷ କରୁଛନ୍ତି। ଔଷଧ ଉପରେ ମଧ୍ୟ ଜିଏସ୍‌ଟି ଲାଗୁ କରାଯାଉଛି। ଗତ ୭ ମାସରେ ଥରେ ହେଲେ ସେମାନେ (କେନ୍ଦ୍ର ସରକାର) ଚାଷୀଙ୍କ ସହ ଆଲୋଚନା କରୁ ନାହାନ୍ତି। ୩ କୃଷି ଆଇନର ସମ୍ପୂର୍ଣ୍ଣ ଉଚ୍ଛେଦ ମୁଁ ଦାବି କରୁଛି ବୋଲି ଟିଏମ୍‌ସି ସୁପ୍ରିମୋ କହିଛନ୍ତି।

Share