କୋଲକାତା,୨୮।୨: ତୃଣମୂଳ କଂଗ୍ରେସର ଅଫିସିଆଲ ଟୁଇଟର୍ ଆକାଉଣ୍ଟ ମଙ୍ଗଳବାର ହ୍ୟାକ ହୋଇଛି। ହ୍ୟାକର୍ଙ୍କ ଦ୍ୱାରା ଟିଏମସିର ଟୁଇଟର୍ ଆକାଉଣ୍ଟର ପ୍ରୋଫାଇଲ ଫଟୋ ଏବଂ ନାମ ବଦଳାଇ ଦିଆଯାଇଛି। ଟୁଇଟର୍ ହ୍ୟାଣ୍ଡେଲର ନାମ ‘ୟୁଗ ଲ୍ୟାବ’ ରଖାଯାଇଛି। ୟୁଗ ଲ୍ୟାବ ହେଉଛି ଏକ ଆମେରିକୀୟ ଆଧାରିତ ବ୍ଲକ ଚେନ ଟେକ୍ନୋଲୋଜି କମ୍ପାନୀ, ଯାହା ଏନ୍ଏଫ୍ଟି ଏବଂ ଡିଜିଟାଲ କଲେକ୍ଟିବଲ ବିକାଶ କରେ। ଏହା ମଧ୍ୟ କ୍ରିପ୍ଟୋକରେନ୍ସି ଏବଂ ଡିଜିଟାଲ ମିଡିଆ ବିଶେଷଜ୍ଞ।
ଏହା ପୂର୍ବରୁ ମଧ୍ୟ ଅନେକ ଦଳର ଟୁଇଟର୍ ହ୍ୟାଣ୍ଡେଲ ହ୍ୟାକ ହୋଇଛି। ଗତ ବର୍ଷ ଡିସେମ୍ବର ୧୦ରେ, ଓ୍ାଇଏସ୍ଆର୍ କଂଗ୍ରେସର ଅଫିସିଆଲ ଟୁଇଟର୍ ଆକାଉଣ୍ଟ ହ୍ୟାକ ହୋଇଥିଲା। ଏହି ଆକାଉଣ୍ଟରେ କ୍ରିପ୍ଟୋ ମୁଦ୍ରା ସପକ୍ଷରେ ଟୁଇଟ୍ କରାଯାଇଥିଲା। ଦଳର ଟୁଇଟର୍ ବାୟୋ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଅକ୍ଟୋବରରେ ତେଲୁଗୁ ଦେଶମ ପାର୍ଟିର ଅଫିସିଆଲ ଟୁଇଟର୍ ଆକାଉଣ୍ଟକୁ ମଧ୍ୟ ହ୍ୟାକ କରାଯାଇଥିଲା। ଏପ୍ରିଲ ୨୦୨୨ରେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସିଆଲ ଟୁଇଟର୍ ଆକାଉଣ୍ଟ ହ୍ୟାକ ହୋଇଥିଲା।