କୋଲକାତା,୨୮।୨ : ତୃଣମୂଳ କଂଗ୍ରେସ(ଟିଏମ୍ସି)ର ଅଫିସିଆଲ ଟୁଇଟର ଆକାଉଣ୍ଟ ମଙ୍ଗଳବାର ହ୍ୟାକ ହୋଇଛି। ହ୍ୟାକର୍ ଟିଏମସିର ଟୁଇଟର ଆକାଉଣ୍ଟର ପ୍ରୋଫାଇଲ ଚିତ୍ର ଏବଂ ନାମ ବଦଳାଇ ଦେଇଛନ୍ତି। ଟୁଇଟର ହ୍ୟାଣ୍ଡେଲର ନାମ ‘ୟୁଗ ଲ୍ୟାବ’ ରଖା ଯାଇଛି।
ପ୍ରକୃତରେ, ୟୁଗ ଲ୍ୟାବ ହେଉଛି ଏକ ଆମେରିକୀୟ ଆଧାରିତ ବ୍ଲକ ଚେନ ଟେକ୍ନୋଲୋଜି କମ୍ପାନୀ ଯାହା ଏନଏଫଟି ଏବଂ ଡିଜିଟାଲ କଲେକ୍ଟିବଲ ବିକାଶ କରେ। ଏହା ମଧ୍ୟ କ୍ରିପ୍ଟୋକରେନ୍ସି ଏବଂ ଡିଜିଟାଲ ମିଡିଆରେ ମଧ୍ୟ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଥାଏ। ପ୍ରାୟ ୧୩ ଘଣ୍ଟା ପରେ ଆକାଉଣ୍ଟ ପୁଣି ସ୍ବାଭାବିକ ହୋଇଥିଲା।
ଏହା ପୂର୍ବରୁ ମଧ୍ୟ ଅନେକ ଦଳର ଟୁଇଟର ହ୍ୟାଣ୍ଡେଲ ହ୍ୟାକ ହୋଇଛି। ଗତ ବର୍ଷ ଡିସେମ୍ବର ୧୦ ରେ, ଓ୍ବାଇଏସଆର କଂଗ୍ରେସର ଅଫିସିଆଲ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଥିଲା। ଏହି ଆକାଉଣ୍ଟରେ କ୍ରିପ୍ଟୋ ମୁଦ୍ରା ସପକ୍ଷରେ ଟୁଇଟ କରାଯାଇଥିଲା । ଦଳର ଟୁଇଟର ବାୟୋ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।
ଅକ୍ଟୋବରରେ ତେଲୁଗୁ ଦେଶମ ପାର୍ଟିର ଅଫିସିଆଲ ଟୁଇଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ କରାଯାଇଥିଲା। ଏପ୍ରିଲ ୨୦୨୨ରେ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସିଆଲ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇଥିଲା।